କାଗଜ ଫୁଲର ରଙ୍ଗ
କାଗଜ ଫୁଲରେ ରଙ୍ଗ ଦେଲେ
ସେ କି ଫୁଲର ସୁରଭି
କେଉଁଠି କେବେ ଦେଲାଣି !
ଭ୍ରମର ଆସେ କି, ମଉଳା ଫୁଲରେ
ଯେତେ ବି ସିଞ୍ଚିଲେ ପାଣି !!
ତୂଳୀ ଧରି ଶିଳ୍ପୀ ଇନ୍ଦ୍ରଧନୁ ରଙ୍ଗ
ଆକାଶେ କି ଆଙ୍କି ପାରେ ?
ଝରିପଡିଥିବା ସ୍ମୃତିରୁ କି
ପ୍ରେମ-କବିତା କେ ଲେଖି ପାରେ ?
(କଲମର ନାମ ଅବିନାଶ)