Thursday, April 18, 2024
Other Poems

ଦେବଯାନୀ (୩୫ ତମ କଳିକା)

ଦେବଯାନୀ
ପଞ୍ଚତ୍ରିଂଶ କଳିକା
ରାଗ:—ତୋଡି ଖେମଟା
———————-
ଧନଲୋ ! ଗଲାଣି ଗଲା କଥା,
ମାନ ଅଭିମାନେ ନ ଲଭ ବ୍ୟଥା,।0।

ଦେବଯାନୀ ଲୁହ ଉତ୍ତରୀୟରେ ,
ପୋଛି ଶୁକ୍ରମୁନି ବୋଲନ୍ତି ଧୀରେ।1୧।
ଧନ ଲୋ,ଗଲାଣି ଗଲା କଥା, ମାନ ଅଭିମାନେ ନଲଭ ବ୍ୟଥା–

ତୁ ଅଲିଅଳି ମୋ ହୃଦ ଚନ୍ଦନ,
ଛାତି ଚିରିଦିଏ ତୋର କ୍ରନ୍ଦନ,(୨)
ଧନ ଲୋ,ଗଲାଣି ଗଲା କଥା,- —– — —

ଆହା,ପୋଛିଦିଏ ତୋ ଚନ୍ଦ୍ର ମୁଖ,
ହସିଦେ ଥରେ ମା’ଯାଉ ମୋ ଦୁଃଖ (୩)
ଧନ ଲୋ,ଗଲାଣି ଗଲା କଥା—————-

ତୋର ବାଲ୍ୟସଖୀ ରାଜକୁମାରୀ,
ଦୋଷ କ୍ଷମାକର ଭଗ୍ନୀ ବିଚାରି,(୪)
ଧନ ଲୋ,ଗଲାଣି ଗଲା କଥା————–

ଧୂଳିଖେଳ କଳି ପାଣିର ଗାର,
ତାତିଲା ପାଣିରେ ଜଳେ କି ଘର?(୫)
ଧନ ଲୋ,ଗଲାଣି ଗଲା କଥା- —————-

କନ୍ଦୁକ ଖେଳରୁ ମହାସମର,
କରିବା ଉଚିତ ନୁହେଁ ତୋହର (୬)
ଧନଲୋ,ଗଲାଣି ଗଲା କଥା- ——————-

ଯା’ମାଗିବୁ ଧନ ଦେବି ତୋ ହାତେ,
ଶୁଖିଲା ମୁହଁ ତୋ ନ ଦେଖା ମୋତେ(୭)
ଧନ ଲୋ,ଗଲାଣି ଗଲାକଥା————–

କ୍ରୋଧ ଅଟେ ଧନ,ବ୍ରହ୍ମ ଚଣ୍ଡାଳ,
ମନରୁ ତୁ ତେଜି ଦିଅ ଚଞ୍ଚଳ (୮)
ଧନ ଲୋ,ଗଲାଣି ଗଲା କଥା- ——-

ଶୁଣି ପିତା ବାଣୀ ମୁନିକୁମାରୀ,
ବୋଇଲେ ବୁଝିଛି ସବୁ ଚାତୁରୀ,(୯)
ପିତା ହେ, ମୁହିଁ ରହିବି ନାହିଁ,
ଏ ଦାନବ ରାଜ୍ୟେ କ୍ଷଣିକ ପାଇଁ ——-

କ୍ରମଶଃ————

Click to rate this post!
[Total: 0 Average: 0]

Leave a Reply