ଦେବଯାନୀ (୩୫ ତମ କଳିକା)
- ଦେବଯାନୀ
ପଞ୍ଚତ୍ରିଂଶ କଳିକା
ରାଗ:—ତୋଡି ଖେମଟା
———————-
ଧନଲୋ ! ଗଲାଣି ଗଲା କଥା,
ମାନ ଅଭିମାନେ ନ ଲଭ ବ୍ୟଥା,।0।ଦେବଯାନୀ ଲୁହ ଉତ୍ତରୀୟରେ ,
ପୋଛି ଶୁକ୍ରମୁନି ବୋଲନ୍ତି ଧୀରେ।1୧।
ଧନ ଲୋ,ଗଲାଣି ଗଲା କଥା, ମାନ ଅଭିମାନେ ନଲଭ ବ୍ୟଥା–ତୁ ଅଲିଅଳି ମୋ ହୃଦ ଚନ୍ଦନ,
ଛାତି ଚିରିଦିଏ ତୋର କ୍ରନ୍ଦନ,(୨)
ଧନ ଲୋ,ଗଲାଣି ଗଲା କଥା,- —– — —ଆହା,ପୋଛିଦିଏ ତୋ ଚନ୍ଦ୍ର ମୁଖ,
ହସିଦେ ଥରେ ମା’ଯାଉ ମୋ ଦୁଃଖ (୩)
ଧନ ଲୋ,ଗଲାଣି ଗଲା କଥା—————-ତୋର ବାଲ୍ୟସଖୀ ରାଜକୁମାରୀ,
ଦୋଷ କ୍ଷମାକର ଭଗ୍ନୀ ବିଚାରି,(୪)
ଧନ ଲୋ,ଗଲାଣି ଗଲା କଥା————–ଧୂଳିଖେଳ କଳି ପାଣିର ଗାର,
ତାତିଲା ପାଣିରେ ଜଳେ କି ଘର?(୫)
ଧନ ଲୋ,ଗଲାଣି ଗଲା କଥା- —————-କନ୍ଦୁକ ଖେଳରୁ ମହାସମର,
କରିବା ଉଚିତ ନୁହେଁ ତୋହର (୬)
ଧନଲୋ,ଗଲାଣି ଗଲା କଥା- ——————-ଯା’ମାଗିବୁ ଧନ ଦେବି ତୋ ହାତେ,
ଶୁଖିଲା ମୁହଁ ତୋ ନ ଦେଖା ମୋତେ(୭)
ଧନ ଲୋ,ଗଲାଣି ଗଲାକଥା————–କ୍ରୋଧ ଅଟେ ଧନ,ବ୍ରହ୍ମ ଚଣ୍ଡାଳ,
ମନରୁ ତୁ ତେଜି ଦିଅ ଚଞ୍ଚଳ (୮)
ଧନ ଲୋ,ଗଲାଣି ଗଲା କଥା- ——-ଶୁଣି ପିତା ବାଣୀ ମୁନିକୁମାରୀ,
ବୋଇଲେ ବୁଝିଛି ସବୁ ଚାତୁରୀ,(୯)
ପିତା ହେ, ମୁହିଁ ରହିବି ନାହିଁ,
ଏ ଦାନବ ରାଜ୍ୟେ କ୍ଷଣିକ ପାଇଁ ——-କ୍ରମଶଃ————