ପଲ୍ଲୀକବିତା (ଜାଇଫୁଲ ଚହଟିଲା)

ପଲ୍ଲୀ ଗୀତ
—————
ଜାଇ ଫୁଲ ଚହଟିଲା,
ମନ ଶିରାବଣ ନଈ ବଢିଲା ରେ,
ସାଙ୍ଗ,ଛାତିଟା ଚହଲି ଗଲା ତୋ ପାଇଁ ରେ,
ତୁଇ କଫି ହେଲେ ଚିନି ମୁଇଁ ସଙ୍ଗାତ ରେ।।

ଆକାଶେ ଡାକିଲା ମେଘ,
ମନ ଖୋଜୁଚି ତୋ ନିଆରା ଭାବ ରେ,
ଭିଜି ଗଲା ଛାତିର ସରାଗ ତୋ ପାଇଁ ରେ,
ତୁଇ ପଖାଳ ହେଲେ ମୁଁ ଶାଗ ସଙ୍ଗାତ ରେ,

ବନସ୍ତେ ଡାକେ ମଇନା,
ଭାବନାରେ ବାଜେ ବିଚିତ୍ର ବୀଣା ରେ,
ମଲ୍ଲୀ ଫୁଲରେ ତୋର ବାସନା ସଙ୍ଗାତ ରେ,
ତୁଇ ପିଠା ହେଲେ ମୁଇଁ ଚୁନା ସଙ୍ଗାତ ରେ।।

ମେଘ ଯାଏ ଝରି ଝରି,
ରାତି ବଢେ ଛାତି ହେଉଛି କୋରି ରେ,
ନିଦ ନଆସେ ତୋ କଥା ଝୁରି ସଙ୍ଗାତ ରେ,
ତୁଇ କାଜୁ ହେଲେ ମୁଇଁ ଖିରୀ ସଙ୍ଗାତ ରେ ।।

  1. (କୁଳମଣି ଷଡଙ୍ଗୀ)
Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *