ବିକଳେ କାନ୍ଦେ ପୁଲବାମା ମାଟି
କୋଟି କୋଟି ହୃଦ ବିକଳେ କାନ୍ଦି
ଭୂଇଁରେ ଯାଉଛି ଲୋଟି,
କାନ୍ଦୁଛି ଆଜି ହିମାଳୟ ବୁକୁ,
ପୁଲ୍ ବାମାର ମାଟି।
ନୁହେଁ ଏ ଚାଳିଶ୍ ଯବାନର ଲହୁ
ନୁହେଁ ଶହେଙ୍କର ଲୁହ,
ଏକଶ ତିରିଶ କୋଟି ଜନତାର
ବୁକୁରୁ ଉଠେରେ କୋହ।
ସାବଧାନ ଆରେ ତସ୍କର ଭେଡିଆ
ନଂପୁଷକ ପଳାତକ,
ସାବଧାନ ଆରେ, ଘରର କୁମ୍ଭୀର
ପାକିସ୍ଥାନ ସମର୍ଥକ।
ସାବଧାନ ଆରେ ଜୈସ୍ ମହମ୍ମଦ
ଘୃଣ୍ୟ କାଳିମା ସୃଷ୍ଟିର,
ବିଫଳ ହେବାକୁ ଦେବନି ଏଦେଶ
ବଳିଦାନ ସୈନିକର।
ହିମାଳୟ ବୁକେ ଉଠିବ ତୋଫାନ
ପୁଣି ପ୍ରତିଶୋଧ ଝଡ,
ତୁଚ୍ଛ ତୁଳା ସମ କାହିଁ ଉଡିଯିବ
ଶତ୍ରୁ ସଇନର ଗଡ।
ରକ୍ତର ପ୍ରତିଶୋଧ ରକ୍ତରେ
ଦେଇଜାଣେ ଭାରତୀୟ,
ଯେତିକି ମାରିଛ ତାର ଶତଗୁଣ
ହେବ ତୁମ୍ଭ ସୈନ୍ୟ କ୍ଷୟ।
ପ୍ରତିଶୋଧର ଲେଲିହାନ ନିଆଁ
ଜଳୁଛି ରେ ଧୁଉ ଧୁଉ,
ନିର୍ଲଜ ଭିକାରି ପଡୋଶୀ, ସେଥିରେ
ଜଳିଯିବୁ ଚାହୁଁ ଚାହୁଁ।
ସାବଧାନ ସାବଧାନ ହୁଅ ଆରେ
ମୋ ଦେଶ ଭଉଣୀ ଭାଇ
ଆମରି ଭିତରେ ଲୁଚିଛନ୍ତି କେତେ
ଅଣ୍ଟିରେ ଛୁରୀ ଲୁଚାଇ।
ଭଲକରି ଦେଖ ଭଲକରି ଚିହ୍ନ
ଆମ୍ଭ ଭ୍ରାତାଙ୍କ ବଦନ,
ପଛୁ ଛୁରୀ ମାରି ବଡ ଉପକାରୀ
ବୋଲାନ୍ତି ପରା ଏ ଜନ।
ଶତ୍ରୁ ଗଳାରେ ମିଳନ୍ତି ଯାଇ ରେ
ଚାଟୁଥାନ୍ତି ଶତ୍ରୁ ପାଦ,
ଏ ଦେଶର ଖାଇ ସେ ଦେଶର ଗାଇ
ବୁଲନ୍ତି ନିର୍ଲ୍ଲଜ ଗଧ।
ଏକଯୁଟ ହୁଅ ଏ ବୀରଭୂମିର
ଦେଶପ୍ରେମୀ ଭାଇ ବନ୍ଧୁ,
ଏକତା ଆଗରେ ପର୍ବତ ନଇଁବ
ସୁଖିଯିବ ମହାସିନ୍ଧୁ।