ହେ ମୋର ନିର୍ଦ୍ଦେଶକ

ମୁକ୍ତି
—–
kulamanisarang.blogspot.com

ହେ ମୋର ନିର୍ଦ୍ଦେଶକ !
ଜୀବନ ସାରା ତ ଅଭିନୟ କଲି
ତୁମ ନିର୍ଦ୍ଦେଶରେ,
ଯାହା କହିଲ ସଂଳାପ
ଗାଇଗଲି ଠିକେ ଠିକେ
ତୁମରି ଠାରରେ।

ମୋର ଆଉ କଣ ହେଇ ରହିଗଲା
ସ୍ୱାଧୀନତା,ନିଜତ୍ୱ ଟିକକ ?
ବଂଚିବାକୁ ଚାହେଁ ଆଜି ସ୍ୱଇଚ୍ଛାରେ,
ନିଜେ ନିଜ ନିର୍ଦ୍ଦେଶରେ,
ହେ ମୋ ନିର୍ଦ୍ଦେଶକ !

ବଂଚିବାକୁ ଚାହେଁ ମୁଁ ଏକଲା,
ଏକାନ୍ତେ କେଉଁ ଦୂରନ୍ତ ନଦୀ ସିକତାରେ,
କଅଁଳିଆ ଘାସ ଗାଲିଚାରେ,
କୋମଳ ବାଲି ବନ୍ତରେ,
ସଂଜ ପହରରେ।

ବୁଡିଯାଉଥିବା ସୂର୍ଯ୍ୟକୁ ଅନାଇଁ,
ଉଇଁ ଆସି ହସୁଥିବା ଚନ୍ଦ୍ର ଆଡେ ଚାହିଁ,
ସବୁ ବଂଧନରୁ ଦୂରେ ନିଃଶବ୍ଦ ସତ୍ତାରେ,
ଚାହେଁ ମୁଁ ହଜିଯିବାପାଇଁ।

ଚକ୍ରବାଳ ଦିଗେ ଧାଡିଦେଇ,
ଉଡି ଯାଉଥିବା ଗେଣ୍ଡାଳିଆ ସାଥେ,
ଉଡିଯିବାପାଇଁ ଚାହେଁ ଅନନ୍ତେ,
ମୁଁ ମହା ଅନନ୍ତେ।
ତୁମ ନିର୍ଦ୍ଦେଶନା ଠାରୁ ବହୁଦୂରେ,
ବିଜନେ ,ଏକାନ୍ତେ।

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *