ଓମ୍ ନମଃ ଶିବାୟ
ଓମ୍ ନମଃ ଶିବାୟ
===========
ହେ ଶିବ ଶଙ୍କର, ତୁମ୍ଭେ ତ ସୃଷ୍ଟିର
ଅଗ୍ନିର ପରିଚୟ,
ଅର୍ଦ୍ଧାଙ୍ଗ ପାର୍ବତୀ ତୁମ୍ଭରି ସହିତ
ଶକ୍ତି ରୂପରେ ଉଦୟ।
ଅଗ୍ନି ସହିତ କମନୀୟ ଆଉ
ଶୀତଳତା ଗଲେ ମିଶି,
ହୁଏ ପ୍ରଭବ, ସେଥିପାଇଁ ତୁମ୍ଭ
ଶୀରେ ରହିଛନ୍ତି ଶଶୀ।
ମହାକାଳର ଅନ୍ଧାର ଭିତରୁ
ହୁଏ ଯେଉଁ ଶକ୍ତି ଜାତ,
କୃଷ୍ଣ-ଚତୁର୍ଦ୍ଦଶୀ ସଙ୍କେତ ତାହାର
ତୁମ୍ଭେ ସେ ପରମ ସତ୍ୟ।
ଅନ୍ଧାର ନଥିଲେ ଆଲୋକର କାହିଁ
ଅଛି କେବେ ପରିଚୟ!
ପାର୍ବତୀ ନଥିଲେ ଶିବ ଅସମ୍ଭବ
ଏହି ତ ସୃଷ୍ଟି ର ନ୍ୟାୟ।
ଅନ୍ଧାରର ତୁମେ କରି ନିବାରଣ
ଦେଖାଇଛ ସ୍ୱଚ୍ଛ ପଥ,
ଦୀପାଳି ଜାଳିବା ନୁହେ ଲୌକିକତା
ଏହି ତାର ଗୂଢ ଅର୍ଥ।
ଆହେ ମହାକାଳ ! ତୁମ୍ଭେ କାଳକାଳ
ସଙ୍କେତ ସମୟର,
ବଳବାନ ସେହି ସମୟକୁ କରେ
ଏହି ନଗଣ୍ୟ ଜୁହାର।
=====================
ଓମ୍ ନମଃ ଶିବାୟ
Click to rate this post!
[Total: 0 Average: 0]