କବି କଳପନା ଆକାଶ ଫୁଲ
- କବି କଳପନା ଆକାଶ ଫୁଲ,
ମାଟିର ଦୁନିଆଁ ପଚାରେ ମୂଲ୍ୟ,
କଳ୍ପନା ରାଜକୁମାର !!
ଜାଣିଥିବ ତୁମେଭୋକିଲା ପେଟରେ
ଧରଣୀ ଚାଲିଛି ଖାଇ ମୃତ୍ୟୁର ପାହାର।ତୁମେ ସିନା ଆଙ୍କ ସିଲହଟ୍ ଛବି,
ଚାନ୍ଦ ଉଏଁ ବୁଡେ ପଶ୍ଚିମେ ରବି,
ନିରାଶା ସାଗର ତଟେ,
ବୁଡି ବୁଡି ଯାଏ ଆଶାର ସୁରୁଜ
ଉହାନ ସହର ପଟେତୁମପାଇଁ ସିନା ଡ୍ରଇଂ ରୂମରେ
ହସେ କେଉଁ ରିଆ ଛାତି ଫୁଲାଇ
ଖିର ଶୁଖିଥିବା ଚୋଚଲା ଥନକୁ
ଝୁଣୁଚି କଙ୍କାଳ ବସ୍ତିରେ କାହିଁ।ଦୁଆରେ ତୁମର ଡାକେ ଆମାଜନ,
ପାଞ୍ଚ ହଜାରିଆ ଜୋତା ପାର୍ସଲ,
ଗୋଡ଼ରେ ଗଳୁଚି ଦିଇଞ୍ଚିଆ କଣ୍ଟା,
ଇଟା ବୋହୁ ବୋହୁ ସୁଲ ବୋଉର।ପିମ୍ପୁଡ଼ିର ଧାଡି ଲାଗିଲା ଗାଆଁକୁ
ଆସିଲେ ପିମ୍ପୁଡ଼ି ବୋଝକୁ ଧରି,
ତତଲା କଡ଼େଇ ଭୋକ କଡମଡ,
ଫେରିଲେ ପିମ୍ପୁଡ଼ି ଭାଗ୍ୟ ଆଦରି।ବଣି ପାଇଁ ଯାହା ଖେଳ ପୋକ ପାଇଁ
କାଳ ବୋଲି କାଳ କହେ,
ବଣିକୁ ତୁମର ପଞ୍ଜୁରୀରେ ରଖ
ପୋକ ସବୁ ଖାଇଯାଏ।ଭୋକକୁ କରିବ ନିସ୍ତେଜ ତୁମେ
କେଉଁ ନିଶ୍ଚେତକ ଦେଇ ?
ଆପେ ଆପେ କଣ ଜିଡିପି ଚାହିଁବ
ମୁହଁରେ ହସ ଫୁଟେଇ !କାଉଁରୀ କାଠି ଯା ଧରିଚ ହାତରେ
ସେ ତ କାଉଁରୀଆ କାଠି,
କାମ ଦେବନାହିଁ ଯେତେ ମନ୍ତ୍ର ଫୁଙ୍କି
ଯେତେ ମାଡୁଥାଅ ମାଠି।ଏହି ପରୀକ୍ଷାର ବେଳ,
ଶତାବ୍ଦୀରେ ଥରେ ଥରେ
ହସିଥାଏ ଏହିପରି ମହାକାଳ।