Thursday, April 25, 2024
Devotional Poems

ବିଘ୍ନବିନାଶନ

ବିଘ୍ନନାଶନ ବନ୍ଦନ
ରାଗ:–ରସକୁଲ୍ୟା
(ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ ସ୍ୱରରେ)
———————————————-
ବିଭୂଷିତ-ପୁଷ୍ପ ଗଜ ବଦନ,
ବିଶାଳ ଉଦର ବକ୍ର ଆନନ,
ବିଘ୍ନ ବିନାଶନ ଗୌରୀ କୁମର,
ବନ୍ଦିତ-ପୟର ଦେବେ ଯାହାର ହେ,
ବିବସ୍ୱାନ ତେଜଧାରୀ ହେ,
ବିନାଶ କର ମୋ ସକଳ ବିପତ୍ତି ,କରୁଛି ପଦେ ଗୁହାରି ହେ !

ବିଶ୍ଵ ବନ୍ଦିତ ଲେଖନୀ ଯାହାର,
ବିବୁଧ-ପୂଜିତ ସଦା ପୟର,
ବିଶାଳ ଭାରତ ଆଖ୍ୟାନ ଲେଖି,
ବିସ୍ମିତ ହୋଇଲେ ବ୍ୟାସ ତା ଦେଖି ହେ,
ବୁଦ୍ଧିରେ ଶୀର୍ଷ ମଣ୍ଡନ ହେ,
ବିଦ୍ୟାଦାତା ମୋର ଅନ୍ଧକାର ଦୂର କର ବିଶ୍ୱ-ବିମଣ୍ଡନ ହେ।।

ବାହନ ମୂଷିକ ପୃଷ୍ଠେ ଆରୋହି,
ବିବର୍ତ୍ତନ କଲ ଜନକ ଦେହି,
ବିବାଦେ କୁମାର ହେଲେ ନିଉନ,
ବୋଇଲ “ପିତା ବ୍ରହ୍ମାଣ୍ଡ ସମାନ ହେ”,
ବୁଦ୍ଧିମତାରେ ତ ଗରୁ ହେ,
ବିଶ୍ଵେ ତୁମ୍ଭ ସମ କେ ହେବ ସମାନ ମହାକାୟ ବିଶ୍ୱଗୁରୁ ହେ !

Click to rate this post!
[Total: 0 Average: 0]

Leave a Reply