Thursday, April 25, 2024
Devotional Poems

ବିଶ୍ଵକର୍ମା

ଆହେ ବିଶ୍ୱକର୍ମା ! ତୁମ୍ଭେ ପରା ବିଶ୍ୱ-
ସମ୍ରାଟଙ୍କ ମୂଖ୍ୟ ଯନ୍ତ୍ରୀ,
ତୁମରି ହାତରେ ଏ ବିଶ୍ୱ ନିର୍ମାଣ
କରିଛନ୍ତି ଜଗତ୍ପତି।

ପ୍ରଭୁଙ୍କ ନିର୍ଦ୍ଦେଶେ ସୃଷ୍ଟି କରିଅଛ
ତୁମେ ଅଖିଳ ବ୍ରହ୍ମାଣ୍ଡ,
ମହାକାଶ ,ଗ୍ରହ ତାରା ସହିତରେ
ଗଢିଛ ପୃଥିବୀ ଖଣ୍ଡ ।

ପ୍ରକୃତିର ପ୍ରତି ସର୍ଜନାରେ ପରା
ରହିଛି ତୁମରି ହାତ,
ତରୁ ଲତା ନଦ ନଦୀ ବନ ଗିରି
ତୁମରି ହସ୍ତେ ନିର୍ମିତ।

ଯେଉଁପରି ପ୍ରଭୁ କହନ୍ତି ତୁମକୁ
ସେପରି ସର୍ଜନା କର,
ଧରେ ତୁମ୍ଭ ଶିଳ୍ପ ବ୍ରହ୍ମାଣ୍ଡର ରୂପ,
ନିର୍ଦ୍ଦେଶନା ପ୍ରଭୁଙ୍କର।

ପାରୁନାହିଁ କଳ୍ପି, ଆହେ ବିଶ୍ୱଶିଳ୍ପୀ
କେଉଁପରି ଜଗନ୍ନାଥ,
ଧ୍ୱଂସକାରୀ ପରମାଣୁ କରିଛନ୍ତି
ତୁମ୍ଭରି ହସ୍ତେ ନିର୍ମିତ !!

Click to rate this post!
[Total: 0 Average: 0]

Leave a Reply