Thursday, April 25, 2024
Stories

ସାମନ୍ତ ସ୍ମରଣେ (୧୫)

  1. ସାମନ୍ତ ସ୍ମରଣେ
    ………..୧୫………
    (An account of the  life and work  of Samanta Chandrasekhar,the wonder Astronomer of 19th Century)ପବିତ୍ର ଶରୀର,ମନ,ଚୈତନ୍ୟ
    …………………………………
    ସ୍ମୃତି ଶାସ୍ତ୍ରର ପବିତ୍ର ଗଙ୍ଗାରେ ଅବଗାହନକରି ସାମନ୍ତ ଚନ୍ଦ୍ରଶେଖରଙ୍କ ଶରୀର,ମନ ଓ ଚୈତନ୍ୟ ପବିତ୍ର ଓ ଦେବୋପମ ହୋଇ ଯାଇଥିଲା।ମନେହେଉଥିଲା ସତେ ଯେପରି ଜ୍ୟୋତିଶ୍ଚକ୍ରରେ କ୍ରତୁ,ପୁଲହ,ପୁଲସ୍ତ୍ୟ ଇତ୍ୟାଦି ଋଷିମାନଙ୍କ ଗହଣରେ ବିଚରଣକରି ମନ ତାଙ୍କର ସ୍ବର୍ଗୀୟ ଚେତନାରେ ରଞ୍ଜିତ ହୋଇଯାଇଛି।ଯେ କୌଣସି କାର୍ଯ୍ୟରେ ଲିପ୍ତ ଥିଲେ ମଧ୍ୟ ମନ ତାଙ୍କର ଅବିରତ ପରମେଶ୍ବରଙ୍କ ଚିନ୍ତନରେ ମଗ୍ନ ରହୁଥିଲା।ସ୍ମୃତିଶାସ୍ତ୍ରଗତଗଭୀରଜ୍ଞାନଯୋଗୁଁ,କୋଷ୍ଠୀ,ଜାତକ,ବିବାହ,ବ୍ରତ,ଅଶୌଚ ଇତ୍ୟାଦି କାର୍ଯ୍ୟରେ ଦିନ,ଦଣ୍ଡ,ଲିତା ଆଦି ନିର୍ଦ୍ଧାରଣ କରିବାପାଇଁ ଏବଂ ତତ୍ ସମ୍ବନ୍ଧୀୟ ଆଲୋଚନା ତଥା ସନ୍ଦେହ ମୋଚନ ପାଇଁ କେବଳ ନିଜଗ୍ରାମ କାହିଁକି ଅନ୍ୟ ଅନେକ ସ୍ଥାନରୁ ମଧ୍ୟ ଲୋକମାନଙ୍କର ଆଗମନ ହେଉଥିଲା।ଯେ କୌଣସି ଶାସ୍ତ୍ରଗତ ସନ୍ଦେହ ଉପୁଜିଲେ,ସାମନ୍ତ ସଙ୍ଗେ ସଙ୍ଗେ ତାଙ୍କର ମୁଖସ୍ଥ ଥିବା ସ୍ମୃତିଶାସ୍ତ୍ରର ଶ୍ଲୋକଗୁଡିକ ଆବୃତ୍ତି କରି ସନ୍ଦେହ ମୋଚନ କରିଦେଉଥିଲେ।ପ୍ରାତଃ କାଳରେ ଶଯ୍ୟାତ୍ୟାଗ ସଙ୍ଗେ ସଙ୍ଗେ ପ୍ରଭୁଙ୍କୁ ପ୍ରାତଃ-ସ୍ମରଣ କରୁଥିଲେ।ସେହି ସମୟରେ ଅନ୍ୟାନ୍ୟ ପ୍ରାର୍ଥନା ସହିତ ଜିଭକୁ ସମ୍ବୋଧନ କରି ରସନାଷ୍ଟକ
    ପାଠ କରୁଥିଲେ।ସ୍ନାନ ସମୟରେ ଗଙ୍ଗାଷ୍ଟକ ପାଠ କରୁଥିଲେ।ତିଳକ ଗ୍ରହଣ ସମୟରେ ସ୍ତୁତି ଉଦ୍ଦେଶ୍ୟରେ ନାନାଦି ଶ୍ଲୋକ ଏବଂ ସ୍ତୋତ୍ର ପାଠ କରୁଥିଲେ।ଠାକୁର ମାନଙ୍କପାଇଁ ସ୍ବତନ୍ତ୍ରଭାବେ ଅଲଗା ଗୋଟିଏ କୋଠରୀ ସୁସଜ୍ଜିତହୋଇ ରହିଥିଲା।ସେ କୋଠରୀରେ ଜଗନ୍ନାଥ,ରାଧାକୃଷ୍ଣ,ଶିବ ପାର୍ବତୀ,ଗଣେଷ ଏବଂ ଶାଳଗ୍ରାମ ବିଗ୍ରହମାନ ପୂଜା ପାଉଥିଲେ।ଠାକୁର ମାନଙ୍କର ସେବାପାଇଁ ସ୍ବତନ୍ତ୍ର ପୁରୋଧା ନିଯୁକ୍ତ ହୋଇଥିଲେ।ପୁରୋଧା ଆସି ଠାକୁର ମାନଙ୍କର ସ୍ନାନ ଇତ୍ୟାଦି ଶେଷ କରିବାପରେ ସାମନ୍ତ ସେଠାରେ ନିତ୍ୟ ନୈମିତିକ ପୂଜା ଅର୍ଚ୍ଚନା କରୁଥିଲେ।ଏପରି ପୂଜା ଅର୍ଚ୍ଚନାରେ ପ୍ରତିଦିନ ସକାଳେ ସାମନ୍ତଙ୍କର ପ୍ରାୟ ତିନିଘଣ୍ଟା ବିତି ଯାଉଥିଲା।ତିଳକ,ସନ୍ଧ୍ୟା,ପ୍ରଣବ,ମାତୃକାଦି ଷୋଡଶ ଉପଚାରରେ ମାନସ ପୂଜା ଏବଂ ୬ଗୋଟି ଇଷ୍ଟମନ୍ତ୍ର ସେ ପ୍ରତିଦିନ ଜପ କରୁଥିଲେ।
    ଗୀତା,ଶ୍ଲୋକ ଏବଂ ଅଷ୍ଟକ ଆଦି ପାଠ କରିବା ପାଇଁ ତାଙ୍କର ପୋଥିର ଆବଶ୍ୟକତା ନଥିଲା।ସେ ଗୁଡିକ ତାଙ୍କର ମୁଖସ୍ଥ ହୋଇଯାଇଥିଲା।

    ନିଷ୍କାମ କର୍ମ ସହିତ ପୂଜାପାଠ ମଧ୍ୟ ତାଙ୍କର ନିଷ୍କାମ ଥିଲା।ଧନ,ଜନ,ମାନ କିଛିହେଲେ ସେ ପ୍ରଭୁଙ୍କୁ ମାଗୁନଥିଲେ।ଫଳେଚ୍ଛାବିହୀନ ଏହି ନିଷ୍କାମ କର୍ମଯୋଗୀଙ୍କର ଧ୍ୟାନରେ ସଦାସର୍ବଦା ରହିଥିଲା ଯୋଗେଶ୍ୱର କୃଷ୍ଣଙ୍କର କଣ୍ଠନିଶ୍ରୁତ ମହାନ୍ ଗୀତାବାଣୀ “କର୍ମଣ୍ୟେ ବାଧିକାରସ୍ତେ ମା ଫଳେଷୁ କଦାଚନ” ଏବଂ ମୁଖରେ ଥିଲା ଗୋଟିଏ ବାକ୍ୟ”ସର୍ବ ନିର୍ବାହକୋ ହରିଃ”।କଳିଯୁଗର ମଣିଷ ହୋଇମଧ୍ୟ ଏହି ଋଷିପ୍ରତିମ ମହାପୁରୁଷଙ୍କୁ କଳି ଛୁଇଁ ପାରିନଥିଲା।
    କ୍ରମଶଃ………

Click to rate this post!
[Total: 0 Average: 0]

Leave a Reply