ଆକାଶକୁ ଥୁକିବା ଛେପ

ଆକାଶକୁ ଥୁକିବା ଛେପ —————————— ଅନିମେଶ ବାବୁ ସବୁବେଳେ ହସ ହସ। ମୁହଁରେ ସବୁବେଳେ ଖେଳୁଥାଏ ତୃପ୍ତିର ତରଙ୍ଗ। ସରକାରୀ ଚାକିରୀରୁ ଅବସର ନେବାପରେ,ସହରରୁ ଗାଁକୁ ଚାଲିଆସିଛନ୍ତି

Read more

ଗୀତା ଜ୍ଞାନ (୪୩) ଶ୍ରୀମଦ୍ଭଗବଦ୍ ଗୀତା ଏକାଦଶ ଅଧ୍ୟାୟ ବିଶ୍ବରୂପଦର୍ଶନଯୋଗ ଭାବାନୁବାଦ ଶ୍ଳୋକ ସଂଖ୍ୟା ୪୩ ରୁ ୫୫ ================================ ବିଶ୍ବରୂପ ପ୍ରଦର୍ଶନ ପରେ ମହାପ୍ରଭୁଙ୍କ ସ୍ବଭାବିକ ରୂପ ================================= ଯୋଡହସ୍ତରେ ଅର୍ଜୁନ କହୁଛନ୍ତି ହେ ମହାପ୍ରଭୁ ! :— ତୁମ୍ଭେ ଚରାଚର ପିତା ଜଗତର ତୁମ୍ଭେ ଅଟ ପୂଜନୀୟ, ଗୁରୁଙ୍କ ମଧ୍ୟରୁ ହେ ମହତ ଗୁରୁ ହେ ପ୍ରଭୁ ଅତୁଳନୀୟ। ପ୍ରସନ୍ନ ମୋଠାରେ ହୁଅ ପ୍ରଭୁ ବାରେ ସାଷ୍ଟାଙ୍ଗେ ପ୍ରଣମେ ମୁହିଁ, ଅଜ୍ଞାତେ କରିଛି ଅପରାଧ କିଛି ଯେବେ କ୍ଷମ ବିଶ୍ବ ସାଇଁ। ପୁତ୍ର,ଭାର୍ଯ୍ୟା, ବନ୍ଧୁ କଲେ କୃପାସିନ୍ଧୁ ଅପମାନ ଜ୍ଞାତସାରେ, ଅବା ଅଜ୍ଞାତରେ,ସେ ଦୋଷକୁ ଯେହ୍ନେ କ୍ଷମା ଦିଆଯାଇପାରେ। ସେହିପରି ମୋର ପ୍ରଭୁ କ୍ଷମାକର ଅପରାଧ କ୍ଷମାକର, ଏ ଅପୂର୍ବ ରୂପ ଆଣଇ ସନ୍ତାପ, ଭାବ ଉତ୍’ଫୁଲ୍ଲ, ଅଧୀର। ଛାଡି ବିଶ୍ଵରୂପ ତୁମ୍ଭ ସୌମ୍ୟରୂପ ଦେଖାଅ ହେ ନାରାୟଣ, ଦେବରୂପ ତବ ଦର୍ଶନେ ମାଧବ ଆକୁଳ ‌ହୁଏ ମୋ ପ୍ରାଣ। ଥିବ ମସ୍ତକରେ ମୁକୁଟ, ହସ୍ତରେ ଶଙ୍ଖ ଚକ୍ର ଗଦା ପଦ୍ମ, ଚତୁର୍ଦ୍ଧା ମୂରତି ଯାହା ସୌମ୍ୟ ଅତି ଦୃଶ୍ୟ ହେଉ ପଦ୍ମପାଦ। କହନ୍ତି ଅନନ୍ତ ଶୁଣ ବଳବନ୍ତ ଏ ଅନନ୍ତ ରୂପ ମୋର, ହୋଇ ମୁଁ ପ୍ରସନ୍ନ କଲି ପ୍ରଦର୍ଶନ ପ୍ରଭାବେ ଯୋଗମାୟାର। ଦର୍ଶନ ତାହାର ହୋଇନାହିଁ କା’ର ତୋ ପୂର୍ବରୁ ଧନଞ୍ଜୟ, କଲେ ଯେତେ ପୁଣ୍ୟ ତପ ଯୋଗୀ ଜନ ନପାଇବେ ତାର ଲୟ। ବେଦ ଅଧ୍ୟୟନ,ଶାସ୍ତ୍ର ଅନୁଷ୍ଠାନ ଶାସ୍ତ୍ରଜ୍ଞାନ, ତପୋବଳେ, ଦର୍ଶନ ତାହାର ନହେବ କାହାର ଯା ଦେଖିଲ ତୁମ୍ଭେ ଡୋଳେ। ଦେଖି ଉଗ୍ରରୂପ ନଆଣ ସନ୍ତାପ # ମନୁ ମୋହ ଦୂରକର, ନିର୍ଭୟ ଆନନ୍ଦେ ଚତୁର୍ଦ୍ଧା ମୂରତି ଏବେ ତୁ ଦର୍ଶନ କର।” ଚତୁର୍ଦ୍ଧା ମୂରତି ଦେଖାଇ ଶ୍ରୀପତି ଫେରି ସ୍ବଭାବ ରୂପରେ, ପ୍ରଭୁ ସୌମ୍ୟକାନ୍ତି ଅର୍ଜୁନ ସାରଥୀ ସାନ୍ତ୍ଵନା ଦେଲେ ସଖାରେ। ବୋଇଲେ ଅର୍ଜୁନ ଆହେ ଜନାର୍ଦ୍ଦନ ଦେଖି ତୁମ୍ଭ ସୌମ୍ୟ ରୂପ, ଚିତ୍ତ ହେଲା ସ୍ଥିର ସ୍ବଭାବ ଆବର ମନରୁ ଦୂର ସନ୍ତାପ। ଶ୍ରୀକୃଷ୍ଣ ବୋଲନ୍ତି ଚତୁର୍ଦ୍ଧା ମୂରତି ଯାହା ମୋ ଦେଖିଲ ପାର୍ଥ, ସେ ରୂପ ଦୁର୍ଲ୍ଲଭ ତା ଦର୍ଶନ ଲାଭ ପାଇଁ ଦେବେ ଲାଳାୟିତ। ବେଦ,ତପ, ଜ୍ଞାନ,ଯଜ୍ଞ ଅନୁଷ୍ଠାନ କରିଲେ ମଧ୍ୟ ଅର୍ଜୁନ, ନୁହଇ ସମ୍ଭବ ତା ଦର୍ଶନ ଲାଭ ଜାଣନ୍ତି ବିଜ୍ଞାନୀ ଜନ। ହେ ଶତ୍ରୁତାପନ କେବଳ ଅନନ୍ୟ ଭକ୍ତିରେ ତାହା ସମ୍ଭବ, ସେ ଭକ୍ତିବଳରେ ଦେଖେ ସ୍ବରୂପରେ ଭକ୍ତ ହୋଇ ଜ୍ଞାନୋଦ୍ଭବ। ଶରୀର,ଇନ୍ଦ୍ରିୟ,ମନ ବୁଦ୍ଧି ଲୟ କରିଣ ମହତ କର୍ମ, କରେ ଯେ ନିୟତ ସେ ଅନନ୍ୟ ଭକ୍ତ କରେ ମୋତେ ଭକ୍ତି ପ୍ରେମ। ଆସକ୍ତି ରହିତ ଶତ୍ରୁଙ୍କ ସହିତ ଶତ୍ରୁତା ଯେ ନରଖଇ, ମୋତେ ସେହି ଭକ୍ତ ପ୍ରାପ୍ତ ହେବ ପାର୍ଥ ଏଥିରେ ସନ୍ଦେହ ନାହିଁ। ================================ ଟୀକା ======= #ସନ୍ତାପ…ଡର,ଭୟ ================================ ଅନ୍ତଃଦୃଷ୍ଟି ========== ଗୀତାରେ ବିଶ୍ବରୂପ ବର୍ଣ୍ଣନା ପଢି କିଛି ହେତୁବାଦୀ ମତ ପ୍ରଦାନ କରନ୍ତି ଯେ ଶ୍ରୀକୃଷ୍ଣ ପି ସି ସରକାରଙ୍କ ଭଳି ଜଣେ ଇନ୍ଦ୍ରଜାଲିକ ଥିଲେ।ରବିନ୍ଦ୍ର ମଣ୍ଡପ ଷ୍ଟେଜରେ ନନ୍ଦନକାନନରୁ ହାତୀକୁ ଆଣି ପି ସି ସରକାର ଦର୍ଶନ କରାଇ ଥିଲେ।ଏହା ଚକ୍ଷୁବନ୍ଧନ ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି ସେମାନେ ମତବ୍ୟକ୍ତ କରନ୍ତି। କିନ୍ତୁ ଚିନ୍ତା କରିବା କଥା ଯେ କେବଳ ଶ୍ରୀମଦ୍ଭଗବଦ୍ ଗୀତା ନୁହେଁ ଅନ୍ୟଧର୍ମଗ୍ରନ୍ଥ ମାନଙ୍କରେ ମଧ୍ୟ ଈଶ୍ବରଙ୍କର ଅନେକ ଅଲୌକିକ କାର୍ଯ୍ୟର ବର୍ଣ୍ଣନା କରାଯାଇଛି। ଶ୍ରୀଜଗନ୍ନାଥ, ସିରିଡ଼ିସାଇ ବାବା ଏବଂ ସତ୍ୟସାଇ ବାବାଙ୍କ କ୍ଷେତ୍ରରେ ମଧ୍ୟ ଅନେକ ଅଲୌକିକ କଥା ପଢ଼ିବା/ ଶୁଣିବା ପାଇଁ ମିଳେ। ତା’ହେଲେ ସବୁ ଧର୍ମରେ ବର୍ଣ୍ଣିତ ଈଶ୍ବରଙ୍କର ଅଲୌକିକ କାର୍ଯ୍ୟ କଣ ସତରେ ଇନ୍ଦ୍ରଜାଲ ? ଏହି ଏକାଦଶ ଅଧ୍ୟାୟରେ ନିଜେ ଶ୍ରୀକୃଷ୍ଣ ମାନିଛନ୍ତି ଯେ ବିଶ୍ବରୂପ ଦର୍ଶନ ତାଙ୍କ ଈଶ୍ବରୀୟ ଯୋଗମାୟାର ଅଂଶ ବିଶେଷ। ଯୋଗମାୟା ଏବଂ ଇନ୍ଦ୍ରଜାଲ ଭିତରେ ଅନେକ ପ୍ରଭେଦ ରହିଛି। ଯୋଗମାୟା ପରମାତ୍ମା ମହାଶକ୍ତି ର ପରିପ୍ରକାଶ। ସଂସାର ଏକ ମହାନ୍ ମୋହ ବା ଇନ୍ଦ୍ରଜାଲ (illusion) ବ୍ୟତୀତ ଅନ୍ୟ କିଛି ନୁହେଁ। ଏହି ମୋହଗ୍ରସ୍ତ ଇନ୍ଦ୍ରଜାଲ ଭିତରୁ ବାହାରି ଆସି ଈଶ୍ବରଙ୍କ ଯୋଗମାୟାରୁ ସୃଷ୍ଟ ପାରମାତ୍ମିକ ମହାଶକ୍ତିକୁ ହୃଦୟଙ୍ଗମ କରିବା ହିଁ ପ୍ରକୃତ ଏକନିଷ୍ଠ ଭକ୍ତି। ପରାପ୍ରକୃତି ବା ଜୀବାତ୍ମାକୁ ସଂସାରର ବଂଧନରୁ ମୁକ୍ତକରି ସୃଷ୍ଟିର ମଙ୍ଗଳ ପାଇଁ ନିୟୋଜିତ କରିବା ଈଶ୍ବରୀୟ ନିୟମର ଅଂଶ ବିଶେଷ। ଯେଉଁ ଈଶ୍ବର ଏତେ ଅଦ୍ଭୁତ ବିଶ୍ବରୂପ ଦର୍ଶନ କରାଇଥାନ୍ତି ତାଙ୍କପାଇଁ ଜୀବାତ୍ମାର ଚରିତ୍ରକୁ ପରିବର୍ତ୍ତନ କରିବା କଣ କଷ୍ଟକର ବ୍ୟାପାର ?କଦାପି ନୁହେଁ, କିନ୍ତୁ ଏହା ଈଶ୍ବରୀୟ ନିୟମର ପରିପନ୍ଥୀ।ଈଶ୍ବର ଚାହାଁନ୍ତି “ଜୀବ” ନିଜର କର୍ମ ନିଜ ମନ, ବୁଦ୍ଧି ଓ ବିବେକର ପ୍ରୟୋଗକରି ସମ୍ପାଦନ କରୁ ଏବଂ ସେହି କର୍ମଫଳ ଜନ୍ମେ ଜନ୍ମେ ଭୋଗକରୁ। ପଥଭ୍ରାନ୍ତ ଜୀବାତ୍ମାକୁ ଉଚିତ ମାର୍ଗ ପ୍ରଦର୍ଶନ କରିବା ତାଙ୍କର କର୍ତ୍ତବ୍ୟ। ସେଥିପାଇଁ ତାଙ୍କୁ ପୁରୁଷ ଏବଂ ଅନୁମନ୍ତା ମଧ୍ୟ କୁହାଯାଏ।ମୋକ୍ଷ ବା ଭଲ କାମ କରି ସଂସାରବନ୍ଧନରୁ ମୁକ୍ତିଲାଭ କରିବା ତିନୋଟି ଭିତରୁ ଯେ କୌଣସି ଗୋଟିଏ ମାର୍ଗ ଯଥା ୧) ଅନନ୍ୟ ଭକ୍ତି ୨) ନିଷ୍କାମ କର୍ମ କିମ୍ବା ୩) ପାରମାର୍ଥିକ ଜ୍ଞାନ ଦ୍ବାରା ସମ୍ଭବ।ଏ ତିନୋଟି ମାର୍ଗ ପରସ୍ପରର ଅନୁପୂରକ ଓ ପରିପୂରକ। ଏହା ହିଁ ଶ୍ରୀମଦ୍ଭଗବଦ୍ ଗୀତାର ମୂଳମନ୍ତ୍ର।ବିଶ୍ଵରୂପ ଦର୍ଶନ ମାଧ୍ୟମରେ ପରମାତ୍ମା ଜୀବାତ୍ମାକୁ ନିଦ୍ରାରୁ ଉଠାଇ ସୃଷ୍ଟି ଓ ସ୍ରଷ୍ଟାଙ୍କର ମହାନତା ସୂଚାଇ ଦେଇ ତାର ମୋହ ଏବଂ ଅହଂକାର ଦୂର କରିବାପାଇଁ ପ୍ରୟାସ କରିଛନ୍ତି। ================================== ଏକାଦଶ ଅଧ୍ୟାୟ ସମାପ୍ତ । କ୍ରମଶଃ…..

ଗୀତା ଜ୍ଞାନ (୪୩) ଶ୍ରୀମଦ୍ଭଗବଦ୍ ଗୀତା ଏକାଦଶ ଅଧ୍ୟାୟ ବିଶ୍ବରୂପଦର୍ଶନଯୋଗ ଭାବାନୁବାଦ ଶ୍ଳୋକ ସଂଖ୍ୟା ୪୩ ରୁ ୫୫ ================================ ବିଶ୍ବରୂପ ପ୍ରଦର୍ଶନ ପରେ ମହାପ୍ରଭୁଙ୍କ ସ୍ବଭାବିକ

Read more

ନୀଳାଚଳ ଵାସୀ ଶ୍ରୀଜଗନ୍ନାଥ (୧୩)

ନୀଳାଚଳ ଵାସୀ ଶ୍ରୀଜଗନ୍ନାଥ ୧୩ ବିଦ୍ୟାପତିଙ୍କ ନୀଳମାଧବ ଦର୍ଶନ ============================ ଅବନ୍ତିର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଜସଭା। ପରିବ୍ରାଜକ ଓ ବ୍ରାହ୍ମଣଙ୍କ ଦ୍ବାରା ପରିବେଷ୍ଠିତ ହୋଇ ରାଜା ସିଂହାସନରେ

Read more