ଉଦାସୀ କାହିଁକି
ଉଦାସୀ କାହିଁକି ଆଖିରେ ଲୁଚାଇ
ଓଠରେ ଦେଖାଉ ହସ,
ଅନ୍ତର ତୋର ମା ଲହୁ ଲୁହାଣ
ପିଠିରେ ନିଆଁର ଧାସ,
ଛିନ୍ନଭିନ୍ନ ଅଙ୍ଗବାସ,
କହଗୋ ଜନନୀ କେମିତି ଗଡିବ ଏଦେଶ ନନ୍ଦିଘୋଷ !!
ଛାତି ତୋର ଚିରି ରକ୍ତର ହୋରି
ଖେଳନ୍ତି ଯେଉଁ ପାଷଣ୍ଡ,
ଛୁଆ ବୋଲି କହି ଛାତିରେ ଲୁଚାଇ
କ୍ଷମା କରିପାରୁ ଦଣ୍ଡ !
ସର୍ବଂସହା ତୁହି ବୋଲି,
ତୀଳ ତୀଳ କରି ନିଜକୁ ଜଳାଇ ଧ୍ଵଂସ ମୁଖେ ଯାଉ ଚାଲି !!
ଜାଣନା କି ମା’ ଏଇ ନିଆଁ ଏକ
ଅଂଶ ଷଡ଼ଯନ୍ତ୍ରର,
ସନ୍ତାନ ଯାହାକୁ ଭାବୁଛୁ ସେମାନେ
ଶତ୍ରୁର ଗୁପ୍ତଚର,
ସଂସ୍କୃତି କରି ଧ୍ଵଂସ,
ଗଢିବେ ତାପରେ ଅପସଂସ୍କୃତିର
ଯାବନିକ ସାର ଅଂଶ।
ଆର୍ଯ୍ୟ ସନାତନ ଧର୍ମର ପିଠିରେ
ଅପସଂସ୍କୃତିର ମାଡ,
କେମିତି ସହିଛୁ ଜନନୀ କହ ତୁ,
ଥରୁଛି ଛାତିର ହାଡ଼,
ତୋତେ ତୁହି ରକ୍ଷାକର,
ଯୁଗେ ଯୁଗେ ପରା ପଣ୍ଡ କରିଛୁ ତୁ
ଷଡ଼ଯନ୍ତ୍ର ଅରାତିର !