ଅଚିହ୍ନା ଛାୟା
- ଅଚିହ୍ନା ଛାୟା- ——
—————-
kulamanisarangi
ସଞ୍ଜ ବୁଡାଣିଆଁ ଛାଇ ଛାଇ ଆଲୁଅରେ,
କେତେ ଛାୟା ବୁଲୁଥିଲେ ସୀରହଟ୍ ପରଦାରେ,
ସାଗର ବେଳାରେ—–
ସୀକତାରେ ଖୋଜୁଥିଲେ କିଛି ନଇଁ ନଇଁ,
ସତେ ଅବା ବହୁଦିନୁ ହଜିଥିବା ସ୍ୱପ୍ନ ମିଳୁନାହିଁ ।
ହଜିଗଲା କାହିଁ ?——–
ସୀଲହଟ୍ ପରଦାରେ କିଏ ଏହି ଛାୟାମାନେ,
ସତରେ ଏ ଛାୟା ଅବା ଆଉ କିଛି ମାୟାମାନେ !
ଭାବିଲି ମୁଁ ମନେ ମନେ।
ପଚାରିଲି ଜଣକୁ ମୁ “ତମେମାନେ କିଏ,
କ’ଣ ଖୋଜୁଛ ଏହି ବାଲିବନ୍ତେ ଅସମୟେ?”
କହିଲା ସେ ପଦଟିଏ।
ବୁଝିଲି ସେ ସ୍ୱପ୍ନ ଖୋଜି ଶ୍ରାନ୍ତ ଅବସନ୍ନ
ସୁନାର ଗୁଡକଙ୍କ ଙ୍କ ପଛେ ଧାଇଁ ସାରା ଦିନ,
ହୋଇଗଲା ଦିନ ଅବସାନ।
ରାତି ହୋଇଗଲେ ଯିବେ ସେମାନେ ଉଭେଇ,
ସକାଳ ହେଲେ ତାଙ୍କର ଦେଖା ହେବନାହିଁ ।
ଅସରନ୍ତି ସ୍ୱପ୍ନ ଯିବ ରହି।
ଭାଙ୍ଗିଗଲା କାହା ଡାକେ ପାହାନ୍ତା ସପନ
ନଥିଲା ସାଗର ବେଳା ନଥିଲେ ସେ ଛାୟାଗଣ,
କିନ୍ତୁ ମନ ଥିଲା ଅବସନ୍ନ ————-