ପଲ୍ଲୀ ଗୀତ(ସାହୁକାର ପାଖେ….
- ପଲ୍ଲୀଗୀତ 32
————–
ସାହୁକାର ପାଖେ କୋଉକାଳୁଁ
ଘର-ବାରି ବନ୍ଧା ପଡିଥେଲା,
ଠେଙ୍ଗାବାଡି ଧରି କରି ହୁରିହାରି
ବାପାହେ ମୁକୁଳା ହେଲା।
ଘର ପୋଷାପୁଅ,ଯିଏ ଗୁଞ୍ଜାରୁଅ
ତାକୁ କିଆଁ ଭାଗଦେଲ?
ଜମା ଖାତାରୁ ବି କିଛି ଦାନକରି
ଦାନୀକର୍ଣ୍ଣ ବୋଲେଇଲ।
ତା’ଯାଗାକୁ ନାଗି ଆମ ଯାଗାଖଣ୍ଡେ
ସିଏ ମାଡିବସିଲାଣି,
ମଝିରେ ମଝିରେ ଆମ ବାଡଭାଙ୍ଗି
ମାରିବାକୁ ଧାଇଁଲାଣି।
ଭଗାରୀର ସଙ୍ଗେ କେତେ ରଙ୍ଗେ ଢଙ୍ଗେ
ହେଲାଣି ସେ କୋଳାକୋଳି,
ଗୁଣ୍ଡା ମେଞ୍ଚେ ଆଣି ଘରେ ପୋଷିଲାଣି
ଆମକୁ କୁନ୍ଦିବ ବୋଲି।
ତମେ ଚାଲିଗଲ ଘରର ମୁରବୀ
ବଡ ଭାଇନାଙ୍କୁ କରି,
କି ଶିମିଳି ତୁଳା ବୁଝାବଣା କଲେ
ଉଡିଗଲା ଫିରିଫିରି ।
ଲୁହା କଅଁଳକୁ ବିଲେଇ ଧାଉଁଚି
କାମୁଡିବ ବାରମ୍ବାର,
ନିର୍ଦ୍ଧୁମ୍ ମାଡ ସେ ବିଲେଇ ଖାଇଲେ
ମନେ ପଡିଯିବ ଘର।
ସତୁରୀ ବରଷ ଗଲା, ପୋଷାପୁଅ
ମୁଣ୍ଡରେ ଚେତା ପଶୁନି,
ଯେତେ ଗଙ୍ଗାଜଳ ଢାଳ, ବାଇଢଙ୍କ
ତୁଳସୀ କେବେ ହେଲାଣି?