Wednesday, April 24, 2024
Uncategorized

ଅସୀମ ତୁମେହେ——-
kulamanisarangi.blogspot.com
—————-
ବନଜ୍ୟୋସ୍ନାରେ ମୁଁ  ଦେଖିପାରେ ତୁମ ଛବି,
ଭାବେ ମୁଁ ସେଇଠି ଥାଅ,ଯହୁଁ ଆସେ ରବି।
ନିବିଡ ଅନ୍ଧାରେ ପାଏ ତୁମକୁ ମୁଁ  ଖୋଜି,
ଚକ୍ଷୁ ମୋର ଲୋଡା ବୋଲି ମାଗିବି କି ଆଜି ?

ଆଖିର ଲୁହ ମୋର ଯାଇଛି ସରି ବୋଲି,
କାନ୍ଦିବା ବେଳେ ଝରେ ଲହୁର ଧାର ଖାଲି।
ତୁମ ପାଖରେ ଅଛି ଅଥଳ ଜଳରାଶି,
ଲୋଡା ମୋର ଆଂଜୁଳାଏ,ମାଗୁଛି କି ବେଶୀ ?

ଅର୍ବ ଖର୍ବ ତୁମ୍ଭର ସୃଷ୍ଟିର ଜୀବମାଳା,
ତା ମଧ୍ୟରେ କୀଟ ସମ ମୋ ଜୀବନ ଲୀଳା।
ଚାହିଁଲ ନାହିଁ ବୋଲି କହିବି କାହିଁପାଇଁ ?
ବିଶାଳ ତରୁଛାୟା ସାମାନ୍ୟ ଲୋଡେ ମୁହିଁ ।

ଯେଉଁ ତୂଳିର ରଂଗେ ଜୀବନ ରଙ୍ଗାୟିତ,
ପଚାରିବି କାହିଁକି ତହିଁରେ କାହା ହାତ?
ସହିଛ ତୁମେ ମୋର ଅସୀମ ଅତ୍ୟାଚାର,
ମାଗିକି ପାରିବି କ୍ଷମା ସେ ମହାଶାସ୍ତିର ?

Click to rate this post!
[Total: 0 Average: 0]

Leave a Reply