ପଲ୍ଲୀ କବିତା (ବାବାଜୀ’ବାଘର)
ପଲ୍ଲୀଗୀତ -(1)
ବାବାଜୀ ବା’ଘର
——————–
ନୂଆ ବିମାନକୁ ଛୁଆ ଗଉଡ,
ବଉଳ ମୋର,
ବାବାଜୀ ଯାଇଚି ପାର୍ବତୀ ଗଡ,
ବଉଳ ମୋର।
ପାର୍ବତୀ ଗଡରେ ନାଗିଚି ମେଳା,
କୁନ୍ଦ ନାନୀଲୋ,
ସାପ ଖେଳଉଚି କୋଚଟା କେଳା,
କୁନ୍ଦ ନାନୀ ଲୋ।
କୋଚଟା କେଳାର ନାଲି କାଇଁଚ
ସଙ୍ଗାତ ମୋର,
କୋଉଦିନ ଶାଶୁଘରୁ ଆଇଚ?
ସଙ୍ଗାତ ମୋର।
ଶୀତଳ ଷଠୀରେ ପତର ମୂଷୀ
ଲବଙ୍ଗ ନାନୀ,
ମଲ୍ଲୀ ଫୁଲ ଶୁଂଘେ ବାଇଆ କାଶୀ
ଲବଙ୍ଗ ନାନୀ।
ଡିଙ୍ଗି ଡିଙ୍ଗି ଚାଙ୍ଗୁ ଦଉଚି ଡାକ
ଡାଙ୍ଗ ନନା ହେ,
ନାଗା ନାଚେ ଦୁମୁ ଦୁମୁ ସଡକ
ଡାଙ୍ଗ ନନା ହେ।
ପିତଳ ଗିନାରେ ନେମ୍ବୁ ଆଚାର
ସଙ୍ଗାତ ମୋର,
କନିଆଁ ଆଇଚି ବାବାଜୀ ଘର,
ସଙ୍ଗାତ ମୋର।
ବାବାଜୀ ଟାଣୁଚି ଭିଡି ଚିଲମ
ନବଙ୍ଗ ଲତା,
କନିଆଁ ବେକରେ ଗଜ ମୁକୁତା,
ନବଙ୍ଗ ଲତା।
ବୁଢା ବୁଢୀ ନାଚ ଡେଇଁ ଡେଇଁ
ସର ନାନୀଲୋ,
ଘଣ୍ଟ ବାଜୁଅଛି ଡାଇଁ ଡାଇଁ,
ସର ନାନୀଲୋ।
ବାଉଁଶ ଚକର ଘିଇରି ଘିରି
ପବନା ଭାଇ,
ଗାମୁଁଛା ଉଡୁଚି ଫିଇରି ଫିରି
ପବନା ଭାଇ।
ଫୁଟେ ଏଡେ ଏଡେ କାଠ ଚକର,
ପଦିଆ ବୋଉ,
ଠାକୁଆ ଗାଲରେ ସ୍ନୋ ପାଉଡର
ପଦିଆ ବୋଉ।
ଗାଁ’ମୁଣ୍ଡେ ଛାଣେ ପିଆଜି କାଲା
ତେନ୍ତେଇ ନାନୀ,
ଚୁଲିମୁଣ୍ଡେ ଡିଏଁ ପଖାଳ ବେଲା,
ତେନ୍ତେଇ ନାନୀ।
ସଜେଇ ନାଇଚୁ ରଙ୍ଗ ରିବନ,
ସରଗୀ ନାନୀ,
ଟୋକାଏ ଚାହାଁନ୍ତି କି କନ କନ !
ସରଗୀ ନାନୀ।
କନିକା ଗଡରେ ଆଜି ସରଗ
ସୁଲେଇ ବୋଉ,
ଦୁଆରେ ଦୁଆରେ ଭୋଗ ଦରବ,
ସୁଲେଇ ବୋଉ।
ଝରକା ଫାଙ୍କରେ ହାତେ ଓଢଣା
କେଙ୍କଟ ନାନୀ,
ମେଘ ପଛେ ଚାନ୍ଦ ଲୁଚିଚି କିନା
କେଙ୍କଟ ନାନୀ