ଯେମିତି ନୁହାକୁ ସେମିତି ପାଣି
ପଲ୍ଲୀଗୀତ- 5
ଯେମିତି ନୁହାକୁ ସେମିତି ପାଣି
***********************
- — ଢଅପ ଢିମ୍ପିରି ଆଲୋ ସୁନାଗୋରୀ, ଚାଲୁ ଅଣ୍ଟା ନଚକେଇ,
ଚେଏନ ଦବ ତୋ ବୋପା କହିଥେଲା, ଆଉ ନାଁ ଧରୁନେଇଁ।
— ଦାରୁଗା ଅଛି ମୋ ଦଦାପୁଅ ଯୋଗୀ,ରଖିଚି ନୁହା ଚେଏନ,
ଦଉଚି ଖବର ଠୁଙ୍କିଦବ ତେତେ ହାଜତରେ ଦି’ଦିନ।
— ଦାରୁଗାକୁ କିଏ ଡରିଚି ଲୋ ମୁଁ କଂସାରୀ ଘରର ପାରା।
କୁଲା ଢାଉଁ ଢାଉଁ କରୁଚୁ କେତେ,ମୁଁ ଜିହଲ ଯାଇଚି ପରା।
— ଫଟଫଟିଆ ତୁ ମାଗିଥେଲୁ ପୁଣି ମାଗିଥେଲୁ କାନ୍ଥ ଟିବି,
ମାଛମାରି ହାତ କେନ୍ଦା ତୋର ,ପୁଣି କିଲିଟରିଆ ସାହେବୀ !
— ମୋ ଜାଲରେ କେତେ ରୋହୀପଡିଥାନ୍ତେ,ପଡିଲୁକଙ୍କଡାତୁହି,
ରଙ୍ଗଦେଖି ତୋର ଭଳିଗଲି,ଆଲୋ ତେମ୍ପେଡୀ ନେଉଳମୁହୀଁ।
— କାଳିଆଭୂଆ ତୁ ଭୂଷୁଣ୍ଡା କୁଆ ରେ,ଲେଧେକା ଗେଡା ବାନ୍ଦର
ତୋ ଦିହରେ ନାଗି ଗୋରା ଦିହମୋର ହେଲାଣି ତ ନାରଖାର।
— ବୋପା ପାଖକୁ ତୋ ଖବର ପଠାଲୋ,ଆଣିବ ସୁନା ଚେଏନ
ନ ଆଣି ପାରିଲେ ଛାଡୁରୀ ହେଇ ତୋ ବାପଘରେ ଯିବ ଦିନ।
— କେତେ ଡରଉଚୁ ବାପ ଗାଁ, ସେଠି ଅଛି ମୋ ଜିତୁନୁ ଭାଇ,
ଆଇନି ପଢିଚି ଦି’ଦିନରେ ନାଲି କୋଠା ଦବ ସେ ଦେଖେଇ।