ପଲ୍ଲୀ କବିତା (ଢେଙ୍କିଶାଳ ଯିଏ ଦେଖିନାହିଁ…..)
- ପଲ୍ଲୀଗୀତ 8
———-
ଢେଙ୍କିଶାଳ ଯିଏ ଦେଖିନାଇଁ ସିଏ
କହି ଢେଙ୍କାନାଳ କଥା,
ଦୂରଦେଶେ କାହିଁ ଗଲାମୋ ବନ୍ଧୁଆ
ଘୂରିଯାଉଚି ମୋ ମଥା।
ନାହିରେ ମାଇଲା ତେଲ ଲୋ ବଉଳ
ପୁଅକୁ ମୋ ଦେଲା ବୋକ,
ମଲ୍ଲୀ ଫୁଲରେ ମୋ ଖୋସା ବାନ୍ଧିଦେଲା
ପୋଛିଦେଲା ଝୁଅ ନାକ।
ମିଆଁଉ ମିଆଁଉ କାଳିଆ ଭୁଆକୁ
ଶୁକୁଆ ଭାତ ବାଢିଲା,
ବଳିଆ କୁକୁର କୁଆଡେ ଥିଲା ତା
ବଢାଭାତ ଖାଇଦେଲା।
ହୁଡୁମ୍ବ ସାଙ୍ଗକୁ ବାରମଜା,ମୁଢି
ଚୁଡା ଚାଉଳ ବାନ୍ଧିଲି
କାଟକର ବିଡି,ପୁରୁଣା ଚିଲମ
ବଟୁଆରେ ସଜାଡିଲି।
ଖୁଁ ଖୁଁ ଖାସୁଥିଲା ଲୋ ବଉଳ
ଚଉସମ ଦେଲି କରି,
ସୋରିଷ ମାଲପା ରସୁଣ ଫୁଟେଇ
ଘସିଲି ଛାତିରେ ମାରି।
ବନ୍ଧୁଆ ମୋ ଗଲା ସଞ୍ଜକୁ,କେନ୍ଦୁଆ-
ଉଣ୍ଡିଲା ରାତିରେ ଆସି,
ପାହାରେ ଦେଇଚି ଆଣ୍ଡର ପୁଅକୁ
ନାଁ ନଉଥବ ବସି।