ପଲ୍ଲୀ ଗୀତ(୧୦)…. ହାତୀ ପରି ଗୋଟେ ମାଛ….

  • ପଲ୍ଲୀଗୀତ 10
    ———-
    “ହାତୀ ପରି ଗୋଟେ ମାଛ ଧରିଚି
    ମୋ ବା” କହିଲା ମୋ ପୁଅ,
    ନଦେଖିଲା ଓଉ ଛ’ଫେଡା ତାକୁ ମୁଁ
    କଣ କହିବି କହ?

ଚିରା ଫଟା ଜାଲ ନେଇ ଯାଇଥେଲା
କେମିତି  ପଡିବ ହାତୀ,
ଅଫିମ ଟେଳାଏ ପଡିଲେ ଲେଙ୍ଗୁଟି
ଦେଖାଯାଏ ବାରହାତି।

ଏଡେ ଢମାଳିଆ କୋଉଠି ଥିଲେଲୋ
ବୋପା ପୁଅ ଏକା କାଟ,
ବେସର ବାଟି ମୁଁ  ବସିଥିବି ବୋପା
ଖେଳୁଥିବ ତାସ୍ ପଟ।

ନୁଣ ପେଇଁ ପୁଅ ଯାଇ ଦୋକାନକୁ
ଖେଳୁଥିବ ବୋହୂ ଚୋରି,
ଅଲଣା ଖାଇ ମୁଁ  ତୁଉଣ ମୋ ପାଟି
ସୁଆଦ ଗଲାଣି ମରି।

ଛେଳି ଛୁଆଟାକୁ ବାଇରେ ଛାଡି ମୋ
ପୁଅ ଚାଲିଗଲା କାହିଁ,
ସଇତ ପାଡୁଷୀ କାଟିକୁଟି ତାକୁ
ଝୋଳକରି ଦେଲା ଖାଇ।

ବାପ ଯାଇଥିଲା ପଚାରିବାପାଇଁ
ଛେଳି କାହିଁ ଗଲା ବୋଲି।
ଅଳପେଇଷାର ଘରେ ଝୋଳ ଖାଇ
ଲେଉଟିଲା ହଲି ହଲି।

ହଗି ବସିଥିଲେ ମୁତ ପାସୋରିବ
ଏମିତି ଗିରସ୍ତ ପୁଣି,
କଥା ହଉ ହଉ ଷଣ୍ଢ ଭିଡିନେଲା
ହାତରୁ ପରିବା ମୁଣି।

କୁନ୍ଦୁରୁ ବୋଲି ସେ ହାଟରୁ ଆଣିଲା
କଇଁଚି କାକୁଡି ପିତା,
ପେଣ୍ଡିଜହ୍ନି ବୋଲି ଆଣିଥିଲା ଯାହା
ଅଖିଆ କୁଆମଇତା।

ବାଲି ଯାତରାରୁ ଆଣିଲା ମୋ ପେଇଁ
ଯୋଉ ଗିଫିଟି ପାକେଟି,
ଉପରଟା ବନ୍ଧା ଝିଲିମିଲି ଜରି
ଭିତରଟା କୁଟା କାଠି।

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *