ସତରେ ତମକୁ ଜର ହେଇଚି ନା,
ମିଛରେ ରହିଚ ଶୋଇ,
କଥାରେ କହନ୍ତି କିଏ ଉଠେଇବ
ଶୋଇଥିବ ଯିଏ ଚେଇଁ?
ମତେ ତ ଲାଗୁଚି ଭକତଙ୍କୁ ଡରି
ଲୁଚିଚ ହେ କଳା ଦିଅଁ,
ତମେ ଯଦି ଜର ରୋଗରେ ପଡିବ
ଆମର କି ହେବ କୁହ।
ବର୍ଷସାରା ଶୁଣି ଭକତ ଗୁହାରି
ହାଲିଆ ହେଲକି ହରି,
କାନେ ତୁଳାଦେଲେ କି ହେବ ଠାକୁରେ
ଭଗତେ ଛାଡନ୍ତି ହୁରି।
ଡାକତର ଯେବେ ରୋଗରେ ପଡିବେ
ପୋଡୁ ଡାକ୍ତର ପଣିଆ,
ଅଉଷଧ ଯେବେ ରୋଗୀକି ଡରିବ
ଔଷଧ ନା ସିଏ ନିଆଁ?
ଉଠ ଉଠ ରାଜା ଡାକ ଛାଡିଛନ୍ତି
ଜଗତେ ପ୍ରଜା ତୁମର,
ଥକିଗଲ ଯେବେ ବୁଲିଆସ ତେବେ
ଥରେ ମାଉସୀ ମନ୍ଦିର।
ମିଛରେ ରହିଚ ଶୋଇ,
କଥାରେ କହନ୍ତି କିଏ ଉଠେଇବ
ଶୋଇଥିବ ଯିଏ ଚେଇଁ?
ମତେ ତ ଲାଗୁଚି ଭକତଙ୍କୁ ଡରି
ଲୁଚିଚ ହେ କଳା ଦିଅଁ,
ତମେ ଯଦି ଜର ରୋଗରେ ପଡିବ
ଆମର କି ହେବ କୁହ।
ବର୍ଷସାରା ଶୁଣି ଭକତ ଗୁହାରି
ହାଲିଆ ହେଲକି ହରି,
କାନେ ତୁଳାଦେଲେ କି ହେବ ଠାକୁରେ
ଭଗତେ ଛାଡନ୍ତି ହୁରି।
ଡାକତର ଯେବେ ରୋଗରେ ପଡିବେ
ପୋଡୁ ଡାକ୍ତର ପଣିଆ,
ଅଉଷଧ ଯେବେ ରୋଗୀକି ଡରିବ
ଔଷଧ ନା ସିଏ ନିଆଁ?
ଉଠ ଉଠ ରାଜା ଡାକ ଛାଡିଛନ୍ତି
ଜଗତେ ପ୍ରଜା ତୁମର,
ଥକିଗଲ ଯେବେ ବୁଲିଆସ ତେବେ
ଥରେ ମାଉସୀ ମନ୍ଦିର।
କୁଳମଣି ଷଡଙ୍ଗୀ