ନବଦିନ ଘୋଷଯାତ୍ରା ଅବସରରେ ପ୍ରଜ୍ଞାପୁରୁଷ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖରଙ୍କ ଅମୃତ ଲେଖନୀରୁ ନିସୃତ ଆଉଗୋଟିଏ ଭକ୍ତି ରସାପ୍ଲୁତ ଶ୍ରୀଜଗନ୍ନାଥ ଜଣାଣ ଶ୍ଳୋକ ଏବଂ ତାର ଭାବାନୁବାଦ ପରିବେଷଣ କରୁଛି।ଭୁଲ୍ ଥିଲେ କ୍ଷମା ଦେବେ।

******************************************
ଯତ୍ରାସ୍ତେ ସାନୁବିମ୍ବୋଦିତସିତକିରଣପ୍ରୋଜ୍ମ୍ବଳଂ ନେତ୍ରଯୁଗ୍ମଂ
ନାସାବାହୂ ଦରାଂଘ୍ରି ସ୍ଫୁରତି ଚ ବିବିଧଦ୍ବୀପଶୋଭାନୁକାରି।
ବାରୀବ ଶ୍ୟାମଳଶ୍ରୀର୍ମକରସୁରୁଚିରେ କୁଣ୍ଡଳେ ବାଡବାଗ୍ନି-
ଜ୍ମାଳେବୋଦ୍ୟତ୍କିରୀଟଂ ତରଣିବଦଧରଃ ସୋସ୍ତୁ ଶାନ୍ତ୍ୟୈ କୃପାବ୍ଧିଃ।(ଶ୍ଲୋକ ସଂ୨୨ ସିଦ୍ଧାନ୍ତ ଦର୍ପଣ –ତ୍ରୟୋବିଂଶ ପ୍ରକାଶ)
******************************************
ଭାବାନୁବାଦ
……………..
ନାମଟି ତାଙ୍କର ଦୟାସାଗର ସେ ନିଜେ ଅଟନ୍ତି ସାଗର,
ନୀଳ ସାଗରର ଜଳ ସମ ଦିଶେ ତାଙ୍କ ନୀଳ କଳେବର।
ନାସା,ପାଦ,ବାହୁ,ଉଦର ଅଟନ୍ତି ସାଗରେ ଦ୍ବୀପ ପ୍ରତିମ,
ମକର କୁଣ୍ଡଳ କର୍ଣ୍ଣେ ଶୋଭାପାଏ ସିନ୍ଧୁରେ କୁମ୍ଭୀର ସମ।
କିରୀଟ ଝଲକେ ବଡବାଗ୍ନି ସମ,ଅଧର ନଉକା ପରି,
ଚକା ଆଖି ଦୁଇ ଚନ୍ଦ୍ର,ସୂର୍ଯ୍ୟ ପ୍ରତିବିମ୍ବ ସାଗରେ ଯେପରି।
କରୁଣା ସାଗର କରୁଣା ବାରିଧି,କୃପାସିନ୍ଧୁ ,ଜଗତ୍ପତି,
ବିରାଜିତ ରହି ନୀଳ କନ୍ଦରରେ କରନ୍ତୁ ଜଗତ ଶାନ୍ତି।
****************************************
ସାମନ୍ତ ଚନ୍ଦ୍ରଶେଖର,ଜଗତ୍ପତି ଜଗନ୍ନାଥଙ୍କୁ ସାଗର ସହିତ ତୁଳନା କରିବାର ଦେଖି ,କବିସୂର୍ଯ୍ୟଙ୍କର ସର୍ପ ଜଣାଣ କଥା ମନେପଡେ,ଯେଉଁଠାରେ ସେ ଜଗନ୍ନାଥଙ୍କୁ ସର୍ପ ସହିତ ତୁଳନା କରିଛନ୍ତି।ପ୍ରଭେଦ ଏତିକି ଯେ କବିସୂର୍ଯ୍ୟ ଅଭିମାନ-ଭକ୍ତିରେ ଜଗନ୍ନାଥଙ୍କୁ ଗାଳି ଦେଇଛନ୍ତି ଏବଂ ସାମନ୍ତ ଏଠାରେ ଜଗତ୍ପତିଙ୍କର ବିଶାଳ ମହିମାର ଗୁଣଗାନ କରିଛନ୍ତି।ଉଭୟ କ୍ଷେତ୍ରରେ ଅନନ୍ୟ ଭକ୍ତିଭାବ ପରିସ୍ଫୁଟ।
******************************************

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *