ପଲ୍ଲୀଗୀତ 9
———-
ଘୁଷୁରିକି ଦେଲି ପାଚିଲା କଦଳି
ଗଧକୁ ମହାପ୍ରସାଦ,
କୋଳେ ପୁରେଇଲି ପଡିଶା ଝୁଅକୁ
ମୋ ବରକୁ କଲା ଓଷଦ।

ମଉନମୁହୀଁର ଗଉଁ ଦେଖିଲେଲୋ
ଛାତି ଫାଟିଯିବ ସିନା,
ଋଷି ହେଲେ ଜଟା ଛିଣ୍ଡେଇ ମରିବ,
ମୋ ଘର ଭେଣ୍ଡି ହେଲା ସୁନା।

ସବୁବେଳେ ତାକୁ ଉଣ୍ଡିଲା, କହ ମୁଁ
କେତେ ବସିଥିବି ଜଗି?
କାନି ଉଡୋଉଚି ଫଅର କିନା ଲୋ
 ସେ ପୋଡାମୁହୀଁ ଚଙ୍ଗଚଙ୍ଗୀ।

ଝଡିପାଗ ଦେଖି ପକଡି ଛାଣିଲି
ଗୋଟେ ଚାଖିଚି ନା ନାଇଁ,
ନୁଚେଇ ନୁଚେଇ ଝରକା ଫାଙ୍କରେ
ସେ ଅଧେ ଦେଲା ତାକୁ ନେଇ।

ତିରିଲା କରମ ପଥର ତଳେ ଲୋ
ମିଣିପ ପତର ତଳେ,
ପିତଳ ହଣ୍ଡାକୁ କେତେ ମାଜିବି ମୁଁ
ସେ ସବୁଦିନ ଯେବେ ଜଳେ?

ପାଚେଲା ଦାଢିଆ ପଠାଣ ଦେଇଚି
ଡଉଁରିଆ ଝାଡି ଫୁଙ୍କି,
ଚୁରଣ ଓଷଦ ଦେଇ ଡଉଁରିଆ
ତା ହାତରେ ବାନ୍ଧିଚି ଟାଙ୍କି।

ରଙ୍ଗ ଘେର ଦେବି ବୁଢୀଦେଈଙ୍କି,ମା
କରୁଚି କୋଟି ଯୁହାର,
ଘଣ୍ଟ ଘୋଡେଇଥା ବଜର ନପଡୁ
ମୋ ଚନ୍ଦର ଉଦିଆ ଘର।

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *