ପଲ୍ଲୀଗୀତ(2)
ବେଙ୍ଗ ନାନୀର ଚିନ୍ତା
————————
ଦଣ୍ଡୁ ଅବଧାନ ଛାଟ ମାରିଚି,ମୋ ପୁଅ ହୁଏ ଗାରୁ ଗାରୁ,
ଅଳପେଇଶାକୁ ମରଣ ହଉନି,ପୋଖରୀରେ ବୁଡି ମରୁ।

ଶଶୁର ଆଣିଚି କନିଆଁ ମାଇପ,ଆଦର ପଡୁଚି ଫାଟି,
ସାତ ବରଷ ମୋ ଘଇତାଠୁ ସାନ,ପେଣ୍ଡେରୀ,କାଳୀ,କୋଚଟୀ।

ହାତକାଚ ମୋର ବଜର ହବଲୋ, ପାଣୁ ଯୋଗୀ କହିଥେଲା,
ଡାହାଣ ବଳଦ ଚଡକରେ ମଲା,ଗେରସ୍ତ ଫେରି ଆଇଲା।

କୁଆଡେ ନୁଚିଚି ବରଷା,ଚଷାର ଭରସା ତ ଅଣ୍ଟୁନାହିଁ।
ବିଲରେ ହେଲାଣି ଗଜାମରୁଡି ଲୋ,ବିହନ ମିଳିବ କାହିଁ?

କୋଡିଏ ହଜାର ନୁନୁ କରି ମୋ ଗେରସ୍ତଟି ଗଲା ଫସି,
ସବୁ ହପତାରେ,ହଗୁଚି ମୁଣ୍ଡରେ ଜଗୁ ମହାଜନ ଆସି।

ସାରୁ ଶାଗ ସାଙ୍ଗେ ଓଲୁଅ ପତରେ କଖାରୁ ଦେଇ ଘୋରିଲି,
ଖାରପାଣିଆଟେ ଧରି ମୋଗେରସ୍ତ,ବେଲେ ଭାତ ଦେଲା ଠେଲି।

ସିନ୍ଥିରେ ସିନ୍ଦୁର,ଖୋସାରେ ଗଜରା ନାଇ ବସିଥିଲି ଚାହିଁ,
ରାତି ପାହିଗଲା ,ମଦଭାଟିରେ ମୋ ନାଗର ପଡିଲେ ଶୋଇ।

ଚିକ୍କଣ ଚୁପୁଡା କଥାକହି ମତେ,ଉଣ୍ଡେ ସେ ପେମୀ ଘରକୁ,
ଖୀର,ଦହି ଆଉ ଭଲ ନାଗୁନି,ସେ ରସୁଚି ପୋଡା ଡାଲିକୁ।

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *