Thursday, April 25, 2024
Uncategorized

ଘୋଷଯାତ୍ରା…୨

ଘୋଷଯାତ୍ରା…୨…
…………………..
ଜଗନ୍ନାଥ ଲକ୍ଷ୍ମୀଙ୍କୁ କହୁଛନ୍ତି……

ନଅଦିନର ମୋ ବେଶଭୁଷା ପାଇଁ ଲୁଗା ସାଇତ ପେଡିରେ,
ଦାନ୍ତକାଠି ଆଉ ମାଲପା,ପାନିଆଁ ସଜାଡ ତାତପର୍ଯ୍ୟରେ
ସେବାୟତକୁ ଦେଇ,
ସବୁ ରଥେ ଦିଅ ପହୁଞ୍ଚାଇ।

ମୁହଁକୁ ଅଥାର ହାଣ୍ଡିପରି କରି ଲକ୍ଷ୍ମୀ ହେଲେ ଗରଗର,
ତଥାପି ପ୍ରଭୁଙ୍କ ଆଜ୍ଞା ମାନି ସବୁ ସଜାଡି ଦେଲେ ସତ୍ତ୍ବର,
ସବୁ ଜାଣି ଗୋବିନ୍ଦ’

ଧୀରେ ହସୁଥିଲେ ମନ୍ଦ ମନ୍ଦ।

ଆଜ୍ଞାମାଳ ଆସିଗଲା,ସେବାୟତେ ଗଲେ ତତପର ହୋଇ,
ପହୁଣ୍ଡି ବିଜୟପାଇଁ ଜଗନ୍ନାଥ ଲକ୍ଷ୍ମୀଙ୍କର ଆଜ୍ଞା ନେଇ,
ହେଲେ ଯିବାକୁ ସଜ,
କି ସୁନ୍ଦର ବେଶ ଦେବରାଜ ହେ !

ରସିକ ପ୍ରବର କାନେ ଖୋସି ଫୁଲ ପୁଣି ଦୁବ ବରକୋଳି,
ଦର୍ପଣରେ ମୁହଁ ଦେଖି ଚକାଆଖି ମୁଚୁକୁନ୍ଦ ହସ ଢାଳି,
ଲକ୍ଷ୍ମୀଙ୍କୁ ଦେଲେ ଚାହିଁ,
ଆଡ ଆଖିରେ ଜଗତସାଇଁ।

ପଗଡି ଉପରେ ମକୁଟ ସୁନ୍ଦର,ନାଚେ ତାପରେ ଟାହିଆ,
ସୁନ୍ଦର ଦିଶନ୍ତି ପହଣ୍ଡିରେ ପ୍ରଭୁ ହେଲାବେଳେ ଟେକାଥୁଆ,
ବଡ ରସିକବର,
କନ୍ଦର୍ପଠୁଁ ଦିଶନ୍ତି ସୁନ୍ଦର।

ଡାଆଁଣି,ଡାଆଁଣି ଘଣ୍ଟ ବାଜେ ପୁଣି ଝାଞ୍ଜ,ଢୋଲ,କରତାଳ,
ଝୁଲି,ଝୁଲି କଳାହାତୀ ଯାଉଛନ୍ତି ଛାଡିଣ ନୀଳଶଇଳ,
ଭକ୍ତ ଦର୍ଶନ ପାଇଁ,
ଭକ୍ତବନ୍ଧୁ ଆସିଛନ୍ତି ଧାଇଁ।

କ୍ରମଶଃ………..

Click to rate this post!
[Total: 0 Average: 0]

Leave a Reply