ଘୋଷଯାତ୍ରା…..୫
ଘୋଷଯାତ୍ରା…..୫…..
……………………….
ଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପେ ପହଞ୍ଚିଲେ ଚକାଡୋଳା,
ଏଣେ ଶ୍ରୀମନ୍ଦିରେ ବିରହ ବ୍ୟଥାରେ ବିଧୁରା ହୋଇ କମଳା,
ସିନ୍ଧୁରାଜ ଦୁଲ୍ଲଣୀ,
ଅଭିମାନେ ରୃଷନ୍ତି ମାନିନୀ।
……………………….
ଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପେ ପହଞ୍ଚିଲେ ଚକାଡୋଳା,
ଏଣେ ଶ୍ରୀମନ୍ଦିରେ ବିରହ ବ୍ୟଥାରେ ବିଧୁରା ହୋଇ କମଳା,
ସିନ୍ଧୁରାଜ ଦୁଲ୍ଲଣୀ,
ଅଭିମାନେ ରୃଷନ୍ତି ମାନିନୀ।
ଭଗିନୀ ବିମଳା ସମୀପେ ବୋଲନ୍ତି ଶୁଣଗୋ ଭଉଣୀ ମୋର,
ଭାଇ,ଭଉଣୀଙ୍କ ସଙ୍ଗେ ଚାରିଦିନହେଲା ଗଲେଣି ଠାକୁର,
ତାଙ୍କ ପଡୁନି ମନେ,
ମୁଁ ଯେ ବିରହେ ଅଛି କେସନେ।
ଶ୍ରୀଅଙ୍ଗ ସେବାରେ ଲାଗିରହି ସଦା ଆଖିରୁ ନକରେ ଦୂର,
ଅଶନେ,ବ୍ୟସନେ ଶୟନେ ମୁଁ ଥିଲି ପରିଚାରିକା ତାଙ୍କର,
ଆଜି ଦେଲେ ପାଶୋରି,
କେଡେ ହୃଦୟହୀନ ଶ୍ରୀହରି।
ଗୁଣ୍ଡିଚା ମନ୍ଦିରେ ଆଡପ ପୀଠରେ ଷାଠିଏ ପଉଟି ଖାଇ,
ଆନନ୍ଦେ ମଗନ ଶ୍ରୀମନ୍ଦିରେ ଧ୍ୟାନ ନଦେଇ ଜଗତ ସାଁଇ,
ରହିଛନ୍ତି ସୁଖରେ,
ଏଣେ ଅଛି ମୁଁ ମହା ଦୁଃଖରେ।
କହନ୍ତି ବିମଳା ଶୁଣଗୋ କମଳା ବଡ ହଟିଆ ଠାକୁର,
କାହିଁ କାହା ପୀରତିରେ ପଡିଗଲେ ସରିଯିବ କଥା ତୋର,
ବେଳୁଁ ବାନ୍ଧ ତୁ ବନ୍ଧ,
ବଡ ରସିକ ରାଜ ଗୋବିନ୍ଦ।
ମୋର କଥା ମାନ,ଘେନି ମୋହାଞ୍ଜନ ଗୁଣ୍ଡିଚା ମନ୍ଦିରେ ଯାଇ,
ଅଞ୍ଜନ ଲଗାଇ ଉଚ୍ଚାଟ କରାଇ ପ୍ରଭୁଙ୍କୁ ଆଣ ଫେରାଇ,
କର ଗୋପନ ଯାତ୍ରା,
କେହି ନଜାଣନ୍ତୁ ଏହି କଥା
କ୍ରମଶଃ…….