ଘୋଷଯାତ୍ରା…୭
ଘୋଷଯାତ୍ରା…୭…
…………………..
ପ୍ରସାଦ ଲାଗିଲା,ବନ୍ଦାପନା ହେଲା ପଡେ ଆଲଟ ଚାମର,
ରଥତଳ ନୀତି ବଢାଇଲେ ମହାପାତ୍ରେ ହୋଇ ତର ତର,
ତେଣେ ଗୁଣ୍ଡିଚା ଘରେ,
ଧୁପ ଲାଗିଲାଣି ଦି’ପହରେ।
ମହାସ୍ନାନେ ପଞ୍ଚାମୃତ ହୋଇ ପୁଣି ପ୍ରଭୁ ହେଲେ ଶାଢିଲାଗି,
ଆଜ୍ଞାମାଳ ପଠାଇଲେ କରିବାକୁ ଠାକୁରାଣୀ ଅଙ୍ଗଲାଗି,
ସଂଧ୍ୟାଧୂପ ବଢାଇ,
ଲକ୍ଷ୍ମୀ ବାହାରିଲେ ଭେଟପାଇଁ।
ଜୟ ବିଜୟ ଦୁଆରେ ପହଞ୍ଚିଲେ ତହୁଁ ଯାଇ ମହାମାୟୀ,
ଜଗମୋହନରୁ ବିମାନ ଚଳିଲା ନାକଚଣା ଦ୍ବାରଦେଇ,
ବନ୍ଦାପନା ହୁଅଇ,
ମଣୋହି ହୋଇଲେ ଜଗନ୍ମାୟୀ।
ଲକ୍ଷ୍ମୀ ନାରାୟଣ ଭେଟ ହେଲା , କିଏ ଜାଣେ କିହେଲା ସେଠାର,
ରୋଷଭରେ ଲକ୍ଷ୍ମୀ ଫେରିଆସି ନନ୍ଦିଘୋଷକୁ କଲେ ପ୍ରହାର,
ଖଣ୍ଡେ ଭାଙ୍ଗିଲା କାଠ,
ପଦ୍ମନାଭ ହୋଇଲେ ଉଚ୍ଚାଟ।
ହେରାଗୋହିରି ସାହି ବାଟରେ ଲକ୍ଷ୍ମୀ ରାତ୍ର ବିଳମ୍ବ ପ୍ରହରେ,
ଶ୍ରୀମନ୍ଦିରେ ଫେରି ଆସିଲେ ମାନିନୀ ରୋଷ ଅଭିମାନଭରେ,
ତେଣେ ଜଗତ ନାଥ,
ବାହୁଡା ପାଇଁ ସାଜିଲେ ରଥ।
କ୍ରମଶଃ…..