ଘୋଷଯାତ୍ରା…୮
ଘୋଷଯାତ୍ରା…୮..
………………..
ଏତ କଳିକାଳ, କାଳିଆ ଠାକୁର କଳିଆ ଲୋକଙ୍କପରି,
ଜାଗତିକା ଲୀଳା କରି ଚକାଡୋଳା ଭକତ ବାନ୍ଧବ ହରି,
ପତ୍ନୀ ସଙ୍ଗେ ଝଗଡା,
ଅନ୍ତେ କରନ୍ତି ଘରବାହୁଡା।
………………..
ଏତ କଳିକାଳ, କାଳିଆ ଠାକୁର କଳିଆ ଲୋକଙ୍କପରି,
ଜାଗତିକା ଲୀଳା କରି ଚକାଡୋଳା ଭକତ ବାନ୍ଧବ ହରି,
ପତ୍ନୀ ସଙ୍ଗେ ଝଗଡା,
ଅନ୍ତେ କରନ୍ତି ଘରବାହୁଡା।
ବାଟରେ ମାଉସୀ ମା’ଙ୍କ ମନ୍ଦିରେ ପୋଡପିଠା ଖଣ୍ଡେ ଖାଇ,
ହୋଇ ସୁଖ ଦୁଃଖ ,ପ୍ରଭୁ ପଦ୍ମମୁଖ ସେଠାରୁ ବିଦାୟ ନେଇ,
ଲେଉଟନ୍ତି ମନ୍ଦିରେ,
କମ୍ପେ ଦାଣ୍ଡ ହରିବୋଲ ସ୍ବରେ।
କହନ୍ତି ଭକ୍ତଙ୍କୁ ଚାହିଁ ଲକ୍ଷ୍ମୀସାଇଁ ଫେରିବି ଆର ବରଷ,
ଏ ଜନସମୁଦ୍ର ଭାବେ ମୁଁ ଆନନ୍ଦ ଭକ୍ତଙ୍କ ଦେଖି ହରସ,
ଭାବେ ହେଲି ଅଧୀର,
ଭକତ ମୋର ମୁଁ ‘ହି ତାହାର।
ମନେ ଭରିଅଛି ଲକ୍ଷ୍ମୀଙ୍କର ଚିନ୍ତା ଯାଇଛନ୍ତି କଳି କରି,
ଚେତାଇଲେ ସୁଦର୍ଶନ”ପ୍ରଭୁ ଥିବ ମାଆଙ୍କ ମନଆଦରି’
ଭାବୁଥିଲେ ଶ୍ରୀଧର,
କି ମଧୁର ଏ ଘରସଂସାର।
ଭାବିଲେ ଝଗଡି, ଦିନଟିଏ ଗଡି ଯାଉ ତାପରେ ମୁଁ ଯିବି,
ଏକାଦଶୀରେ ମୁଁ ଭକତଙ୍କ ନେତ୍ର ସୁନାବେଶରେ ମୋହିବି,
ଲକ୍ଷ୍ମୀ ହେଉ ଅଧୀର,
କଳି ଅନ୍ତେ ମିଳନ ମଧୁର।…….