ଜଗନ୍ନାଥ ବଡ ସାଆନ୍ତ
Odia literature – Devotional Poem by Kulamani Sarangi
ଜଗନ୍ନାଥ ବଡ ସାଆନ୍ତ
—————-
—————-
ଜଗନ୍ନାଥ ବଡ ସାଆନ୍ତ
ତୋ ଦେଉଳ ଦୁଆରେ ପାତିଛି ହାତ
କରୁଣା ଖୁଦରୁ କଣିକାଏ ଦେଲେ
ପୁରିଯିବ ମୋର ଶୂନ୍ୟ ପଣନ୍ତ ।
ତୋ ଆରତି ଘଣ୍ଟ ମୋମନ ଉଚ୍ଚାଟ
କରି ପାଦ ମୋର ଆଣିଛି ଟାଣି
ଦେହଥରେ ଆଖି ଭକ୍ତି ଲୁହେ ଭରେ
ନୀଳଚକ୍ର ତୋର ଦେଖିଲାକ୍ଷଣି
ଲାଗୁଛି ସତେକି ପୋଛି ଦେଉଅଛୁ
ଲୁହ ମୋର ତୁହି ବଢାଇହାତ।
କେତେ ଶୋଷ ଏଇ ମନରେ ରେ ଜଗା
ପାଣିରେ ନମରେ ତୁହିତ ଜାଣୁ
ତୋ ରୂପ ଅମୃତେ ସେ ଶୋଷ ତୁଟଇ
ମନ ଝୁରେ ତୋର ପାଦର ରେଣୁ
ଜଳୁଛି ଯେ ମନ ଶୀତଳ କରିବ
ବିସ୍ତାରିଛି ଯେଊଁ ଛାଇ ତୋ ନେତ।
ବାଇଶି ଜନମ ତପ କରି ତୋର
ବାଇଶି ପାହାଚ ପାଇଛି ଦେଖା
ତୋ କରୁଣା ବିନା ତୋ ପାଦେ ସତେକି
ଜଳିବ ମୋପ୍ରାଣ ଦୀପର ଶୀଖା
ଏଡେ ଭାଗ୍ୟ ସତେ ହେବରେ କାଳିଆ
ଟାଣିବି ମୁ ତୋର ଗୁଣ୍ଡିଚା ରଥ !
କୁଳମଣି ଷଡଙ୍ଗୀ