ଅସୀମ ତୁମେ ହେ
- ଅସୀମ ତୁମେହେ——-
kulamanisarangi.blogspot.com
—————-
ବନଜ୍ୟୋସ୍ନାରେ ମୁଁ ଦେଖିପାରେ ତୁମ ଛବି,
ଭାବେ ମୁଁ ସେଇଠି ଥାଅ,ଯହୁଁ ଆସେ ରବି।
ନିବିଡ ଅନ୍ଧାରେ ପାଏ ତୁମକୁ ମୁଁ ଖୋଜି,
ଚକ୍ଷୁ ମୋର ଲୋଡା ବୋଲି ମାଗିବି କି ଆଜି ?ଆଖିର ଲୁହ ମୋର ଯାଇଛି ସରି ବୋଲି,
କାନ୍ଦିବା ବେଳେ ଝରେ ଲହୁର ଧାର ଖାଲି।
ତୁମ ପାଖରେ ଅଛି ଅଥଳ ଜଳରାଶି,
ଲୋଡା ମୋର ଆଂଜୁଳାଏ,ମାଗୁଛି କି ବେଶୀ ?ଅର୍ବ ଖର୍ବ ତୁମ୍ଭର ସୃଷ୍ଟିର ଜୀବମାଳା,
ତା ମଧ୍ୟରେ କୀଟ ସମ ମୋ ଜୀବନ ଲୀଳା।
ଚାହିଁଲ ନାହିଁ ବୋଲି କହିବି କାହିଁପାଇଁ ?
ବିଶାଳ ତରୁଛାୟା ସାମାନ୍ୟ ଲୋଡେ ମୁହିଁ ।ଯେଉଁ ତୂଳିର ରଂଗେ ଜୀବନ ରଙ୍ଗାୟିତ,
ପଚାରିବି କାହିଁକି ତହିଁରେ କାହା ହାତ?
ସହିଛ ତୁମେ ମୋର ଅସୀମ ଅତ୍ୟାଚାର,
ମାଗିକି ପାରିବି କ୍ଷମା ସେ ମହାଶାସ୍ତିର ?