ଅନ୍ଧକାର ଦିଅ ମୋତେ
- ଅନ୍ଧକାର ମୋତେ ଦିଅ
—————
ଏ ଆଲୋକରେ ମୁଁ ଅଣନିଶ୍ବାସୀ,
ମତେ ଅନ୍ଧକାର ମୁଠେ ଦିଅ,
ଗୁମୁରି ଗୁମୁରି କାନ୍ଦିବାକୁ ମତେ
ସାହାରା ମିଳିବ,କିଛି ଢାଳିପାରିବି ମୁଁ ଲୁହ।
ଅବିଶ୍ୱାସୀ ଏଇ ଆଲୁଅରେ ଟିକେ
ହସିପାରୁନି ମୁଁ ଛଳନାର କିଛି ହସ,
କାନ୍ଦିପାରୁନି ମୁଁ ମନଖୋଲି,
ହୃଦେ ଭରିଛି ଅଣନିଶ୍ବାସ।
ଅନ୍ଧାର କୋଳରେ ମୁହଁଗୁଂଜି
ଥରେ କାନ୍ଦିବାକୁ ହୁଏ ମନ,
ଲିଭାଇଦିଅ ଏ ଆଲୋକ ବର୍ତ୍ତିକା
ଦିଅ ଅନ୍ଧକାର ଘନ।
ଫିଙ୍ଗିଦିଅ ପଛେ ରୁଦ୍ଧ କାରାଗାରେ
ଶୃଙ୍ଖଳିତକରି ମୋତେ,
ଅନ୍ଧାର ମୋର ଲୋଡା,ଚାହୁଁନି ମୁଁ
ସ୍ଥିତି ମୋ ଆଲୋକ ସାଥେ।
ଶୁଣିପାରିବିନି ଆଲୁଅର ଅଟ୍ଟହାସ,
ଦେଖିପାରିବିନି ନିଜକୁ ଏତେ ବିବଶ !
ଅନ୍ଧକାର ମତେ ଦିଅ,
ହାତପାଦ ପଛେ ବାନ୍ଧିଦେଇ ମତେ
କାରାଗାରେ ଫିଙ୍ଗିଦିଅ।