ଖେଚୁଡ଼ି ୧୦

ଖେଚୁଡି 10

ରାଜୁ ଯେତେବେଳେ ଅଷ୍ଟମରେ ପଢୁଥିଲା, ତା ଶ୍ରେଣୀଶିକ୍ଷକ ଥରେ ପଚାରିଲେ “ତୋର ଆଉ କେତୋଟି ଭାଇ ଭଉଣୀ ଅଛନ୍ତି।”ସେ କହିଥିଲା “ସାର୍ ,ମୁଁ ବି’ସେକ୍ସନ।” ଶିକ୍ଷକ ବୁଝି ପାରିଲେନି।କହିଲେ “ତୁ ଶ୍ରେଣୀର କେଉଁ ସେକ୍ସନରେ ପଢୁଚୁ ପଚାରୁନି;ପଚାରୁଚି ତମେ କେତେ ଭାଇ ଭଉଣୀ?”
ରାଜୁ କହିଲା “ମୁଁ ବି ସେଇକଥା କହୁଚି ସାର୍।ମାଆ କହେ ଯେ ମୁଁ ଏକୋଇର ବଳା ବିସେକ୍ସନ୍।”ଶିକ୍ଷକ ହୋ ହୋ ହୋଇ ହସି ଉଠି କହିଲେ ” ଆରେ ପଣ୍ଡିତ,ବିସେକ୍ସନ ନୁହଁ,ତୋ ମାଆ କହିବାର ଅର୍ଥ ତୁ ଏକୋଇର ବଳା ବିଶିକେସନ ,ଅର୍ଥାତ୍ ଏକମାତ୍ର ପୁତ୍ର।”
ସେଇ ଦିନ ଠାରୁ ରାଜୁକୁ ସମସ୍ତେ ‘ପଣ୍ତିତ’ ନାମରେ ଡାକିଲେ।ରାଜୁ ମଧ୍ୟ ଖୁସ୍।’ପଣ୍ଡିତ ରାଜୁ ରାଜବଂଶ’ କିଛି କମ୍ ଆଭିଜାତ୍ୟ  ପୂର୍ଣ୍ଣ ନାଁ ନୁହେଁ।ପ୍ରକୃତରେ ‘ରାଜବଂଶ’ ସାଙ୍ଗିଆଟି ତା ନିଜର ନୁହେଁ।ତା ଜେଜେ ବାପା ମୁସଲିମ ଥିଲେ ଏବଂ ହିନ୍ଦୁଧର୍ମଧାରିଣୀ ଜେଜେ ମାଆଙ୍କୁ ଭଲ ପାଉଥିଲେ।ଧର୍ମ ବିବାଦ ଯୋଗୁଁ ସେମାନଙ୍କର ବିବାହପାଇଁ ବାଧା ସୃଷ୍ଟି ହେବାରୁ ମୋହନ ରାଜବଂଶ ନାମକ ଜଣେ ସଂମ୍ଭ୍ରାନ୍ତବ୍ୟକ୍ତି ତାଙ୍କୁ ପୋଷ୍ୟପୁତ୍ର କରି ହିନ୍ଦୁରିତିରେ ଜେଜେ ମାଆଙ୍କ ସହିତ ବିବାହ କରାଇଥିଲେ।ସେଥିପାଇଁ ରାଜୁ ଖାନ୍ ନହୋଇ ରାଜବଂଶ ହୋଇଗଲା।ବେଳେ ବେଳେ ସଂସ୍କୃତ ଶିକ୍ଷକ ରାଜୁକୁ ସଙ୍କର(ବର୍ଣ୍ଣସଙ୍କର)ବୋଲି ଡାକନ୍ତି।ରାଜୁର ଏତେ ଗହୀରକୁ ଚାଷ ନାହିଁ।ସେ ନିଜକୁ ଶିବଶଙ୍କର ମନେକରି ବାରବୁଲା ଷଣ୍ଢ ମାନଙ୍କୁ ଅତ୍ୟନ୍ତ ପ୍ରେମକରେ ଏବଂ ବେଳେ ବେଳେ ପ୍ଲାଷ୍ଟିକ୍ ନାଗସାପ ବେକରେ ଗୁଡେଇହୋଇ ବୁଲେ।
ରାଜୁର ବାପା ସରକାରୀ ଚାକିରି କରିଥିଲେ,କିନ୍ତୁ ମାଆଙ୍କ କଥାରେ ପଡି ରାଜନୀତିରେ ପଶିଲେ।ବଡ ନେତା ହୋଇ ଦେଶ ଚଳେଇଲେ।  ଭଲ ଦି’ପଇସା ମାରିଲେ ମଧ୍ୟ।”ଯୋ ଲେତା ହୈ,ଓ ନେତାହୈ”,ଏହି ମନ୍ତ୍ରରେ ସେ ମାଆଙ୍କଦ୍ୱାରା ପିଲାଦିନୁ ଉଦ୍ବୁଦ୍ଧ ହୋଇଥିଲେ।ଥରେ ପାର୍ଟି ମିଟିଙ୍ଗ୍ ରେ ସେ ବନ୍ଦ୍ କୋଠରୀରେ ଛୋଟ ଭାଷଣଟିଏ ଦେଇ ପାର୍ଟି କାର୍ଯ୍ଯକର୍ତ୍ତାମାନଙ୍କୁ କହିଥିଲେ “ସବୁବେଳେ ନିମ୍ନୋକ୍ତ ପଦଟି ମନେ ରଖିଥିବ—
” ମିଶୁ ଦେଶପାଣ୍ଠି ମୋହରି ପାଣ୍ଠିରେ,
ମୁଁ ଚାଲିଯାଏ ଦେଶବାସୀଙ୍କ ପିଠିରେ,
ମୋର ସ୍ୱାର୍ଥସିଦ୍ଧି ପଥେ ଯେତେ ଗାଡ,
ପୂରୁ ପଡି ଦେଶବାସୀ ମାଂସ ହାଡ।”
କିନ୍ତୁ ହଡପ କରିଥିବା ଧନ ସେ ବେଶିଦିନ ଉପଭୋଗ କରିବାକୁ ରହିଲେ ନାହିଁ।ଗୋଟିଏ ବଡ ସଭାରେ ଭାଷଣ ଦେବା ଅବସରରେ ବୋମା ଫୁଟିବାରୁ ସେ ଅକାଳରେ ସ୍ୱର୍ଗଗାମୀ ହେଲେ।ଏ ନଶ୍ୱର ସଂସାର ଛାଡି ତାଙ୍କ ଆତ୍ମାଟି ଯେତେବେଳେ ପରଲୋକ ଗଲା,ଯମଦୂତମାନେ ତାଙ୍କୁ ସସମ୍ମାନେ ସ୍ୱର୍ଗରେ ସ୍ଥାନଦେଲେ।ନର୍କରେ ସ୍ଥାନ ପାଇବାକୁ ଆଶା କରୁଥିବା ରାଜୁବାପାଙ୍କ ପ୍ରଶ୍ନବାଚୀରେ ପୂର୍ଣ୍ଣଛେଦ ପକାଇ ଜଣେ ଯମଦୂତ କହିଲେ “ଆଜ୍ଞା କାହିଁକି ଆଶ୍ଚର୍ଯ୍ଯ ହେଉଛନ୍ତି?ପାପୀଙ୍କ ସଂଖ୍ୟା ଏତେ ଅଧିକଯେ ନର୍କରେ ସ୍ଥାନର ଘୋର ଅଭାବ।ସେମାନଙ୍କ ପାପ ତୁଳନାରେ ଆପଣଙ୍କ କାରନାମା ନଗଣ୍ୟ।”ରାଜୁବାପା ଖୁସିହେଲେ।ଅପେକ୍ଷା କରିଛନ୍ତି କେବେ ପାରୋଲରେ ଆସି ଏକୋଇର ବଳାକୁ ଗେଲ ଟିକିଏ କରି ଫେରିଯିବେ।

ରାଜୁ ଯେନ ତେନ ପ୍ରକାରେଣ ବିଏ ଟା ପାଶକରି ରାଜନୀତିରେ ପଶିଚି।ମାଆଙ୍କ ବୁଦ୍ଧିମତା ଯୋଗୁଁ, ଦେଶ ପାଣ୍ଠିକୁ ନିଜପାଣ୍ଠିରେ ମିଶାଇବାରେ ସକ୍ଷମ ହୋଇଚି।କିନ୍ତୁ ଯେଉଁ ଜନତାଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ପାଣ୍ଠି ବଢେଇଲେ ସେମାନେ ତାଙ୍କୁ ପଛୁଆ ଲାତ ମାରି ଫିଙ୍ଗିଦେଲେ।ତଥାପି ରାଜୁ ପଣ୍ଡିତେ  ହିମ୍ମତ ହାରିନାହାନ୍ତି।ଦୁର୍ନୀତିର ଯେତେସବୁ କେଶ୍ କୋର୍ଟରେ ପଡିଚି,ମୁହଁ ହୁରୁଡ କରି ସେସବୁ ମିଛ ମକଦ୍ଦମା ବୋଲି କହିବୁଲୁଚନ୍ତି।ଚେଷ୍ଟା ଚାଲିଚି କେମିତି ଲୋକଙ୍କୁ ଭୁତେଇ ବୋପାଭଳି ନେତା ହୋଇ ଦେଶ ଚଳେଇବେ। ଖୁବ୍ ଆଶା ରହିଚି।କାରଣ ଜନତା ହେଉଛନ୍ତି ‘ମେଣ୍ଢା’।କାଲି କଥା ଭୁଲିଯିବାକୁ ମୁହୁର୍ତ୍ତେ ଲାଗେ।
ରାଜୁ ପଣ୍ଡିତେ ଏବେ ବେଶୀ ସମୟ ଚାଷୀ ମାନଙ୍କ ମେଳରେ କଟଉଚନ୍ତି।ଏଇ ଚାଷୀମାନେ ଏକ ନମ୍ବର ବୋକା।ସବୁ ଦଳର ନେତା ତାଙ୍କୁ ‘ଏନ୍ତାକରିଦବୁ,ସେନ୍ତାକରିଦବୁ’ କହି ଭୋଟ ହାସଲ କରି ପଟିଏ ପଟିଏ ମାରନ୍ତି।ତଥାପି ଏମାନେ ପୁଣିଥରେ ସେମାନଙ୍କ ଜାଲରେ ପଡନ୍ତି।ସମସ୍ତଙ୍କର ଦଶା ଓ ଦିଶା ପରିବର୍ତ୍ତନ ହୁଏ।ଏମାନେ କିନ୍ତୁ ଯେଉଁ କାନ୍ତାରେ ସେଇ କାନ୍ତାରେ।
ଦିନେ ଚାଷୀ ମାନଙ୍କ ସାଙ୍ଗରେ ପଦଯାତ୍ରାରେ ଯାଉଁ ଯାଉଁ ରାଜୁ ପଣ୍ଡିତେ ଦେଖିଲେ ଗୋଟିଏ ଆମ୍ବଗଛରେ ମାଡିଥିବା ଲଟାରେ କିଛି ଲାଲ ଲାଲ୍ ଫଳ ଓହଳିଚି।ଚଟାପଟ୍ ପଣ୍ଡିତେ କହିଲେ “ବାଃ ! ଆମ୍ବ ଗଛରେ କି  ସୁନ୍ଦର ଟମାଟୋ ଫଳିଛି !
ଦଳର ଜଣେ କର୍ମୀ କାନ ପାଖରେ କହିଲେ “ନାଁ ସାର୍।ଟମାଟୋ ନୁହେଁ,ଏହା ମହାକାଳ ଫଳ।”
ପଣ୍ଡିତେ କହିଲେ “ସତେ ନା କଣ? ତାହେଲେ ଟମାଟୋ ବଦଳରେ ୟାକୁ ତ ତର୍କାରୀରେ ପକେଇ ହବ।କି ସୁନ୍ଦର ଲାଲ୍ ଟକ୍ ଟକ୍ ଦେଖାଯାଉଚି ସତରେ !”
ପଣ୍ଣିତଙ୍କ ଜ୍ଞାନ ଦେଖି ଉପସ୍ଥିତ ଜଣେ ଚାଷୀ ଚୁଟକୁଲି ମାରିଦେଲା ” ହଁ ଆଜ୍ଞା , ଉପର ଯେମିତି ସୁନ୍ଦର ଭିତରଟା ବି ସେମିତି –ଠିକ୍ ଆପଣଙ୍କ ପରି।”
ମହାକାଳ ଫଳର ଭିତରଟା ଯେ କଳା ଅଙ୍ଗାର ଏକଥା ପଣ୍ଡିତେ କାହୁଁ ବୁଝିବେ ? ଚାଷୀଉପରେ ଖୁସି ଜାହିର୍ କରି କହିଲେ “ମୋପାଇଁ କିଛି ତୋଳ,ଲଂଚ୍ ବେଳେ ଖାଇବା।”
ଆଉଜଣେ ଚାଷୀ କହିଲା “ନାଁ ସାର୍,ଏଗୁଡାକ ବିଷ ଫଳ।ଭିତରଟା ଦେଖିବାକୁ କଳା ଅଙ୍ଗାର।”
ଥଟ୍ଟା କରୁଥିବା ଚାଷୀ ସେତେବଳକୁ ଗାଏବ।
ପଣ୍ଡିତେ ଗସ୍ତରୁ ଫେରି ଜଣେ ବିଶ୍ୱସ୍ତ ପାର୍ଟିକର୍ମୀଙ୍କୁ କହିଲେ “ସରକାରୀ ଦଳ ଘୋଡାକିଣାରେ ବହୁତ୍ ଟଙ୍କା ହେରଫେର କରିଛନ୍ତି ବୋଲି ମୋର ଦୃଢ ଧାରଣା।ଆମେ ପ୍ରକୃତ ତଥ୍ୟ ଜନସାଧାରଣଙ୍କ ଆଗରେ ରଖି ସେମାନଙ୍କୁ ବଦନାମ କଲେ ପରବର୍ତ୍ତୀ ନିର୍ବାଚନ ଆମେ ଜିଣିବା।ଆମ ସରକାର ସମୟରେ ଇଁଲଣ୍ଡରୁ ଘୋଡାପ୍ରତି ଲକ୍ଷେ ଟଙ୍କା ହିସାବରେ ଅଣାଯିବ ବୋଲି ଚୁକ୍ତି ହୋଇଥିଲା।ଏ ସରକାର କିନ୍ତୁ ପ୍ରତି ଘୋଡା ପାଞ୍ଚଲକ୍ଷରେ କିଣିଛନ୍ତି।ଏ ଦୁର୍ନୀତି ପଦାରେ ପକାଇବାକୁ ହେବ।
ପାର୍ଟି କର୍ମୀ କହିଲେ “ସାର୍ ଆମେ ଯଦି ପ୍ରମାଣ କରି ପାରିବା ଯେ ଘୋଡା ନକିଣି ଶାସକ ଦଳ ଘୋଡା ଡିମ୍ବ ହିଁ ବହ

Click to rate this post!
[Total: 0 Average: 0]

One thought on “ଖେଚୁଡ଼ି ୧୦

  • December 23, 2018 at 3:54 am
    Permalink

    Oh…. Thank you sir… For provide us such creative stories…

    Reply

Leave a Reply

Your email address will not be published. Required fields are marked *