Friday, April 26, 2024
Other Poems

ପ୍ରତାରଣା

  1. ପ୍ରତାରଣା
    ———-
    kulamanisarangi.blogspot.com

ଆଖି ଶାମୁକାରୁ ମୁକ୍ତା ଦେଇ ତାକୁ
କରିବାକୁ ସୌଦାଗର,
ଦେଇଥିଲ ପ୍ରତିଶୃତି ଦିନେ,ଆଜି
ଭୁଲିଛି ମନ ତୁମର।

ସେ ପ୍ରତିଶୃତିରେ ଆନନ୍ଦେ ତା’ମନ
ଗଲା ଆକାଶରେ ହଜି,
ସଉଦାରେ କେତେ ହେଲା ଲାଭ-କ୍ଷତି
ତଉଲୁଛି ବସି ଆଜି।

ମୁକ୍ତା ବୋଲି ଯାହା ଦେଇଥିଲ ସେତ
ପାଲଟିଲା କାଚ ଗୋଟି,
ନକଲି ଶାମୁକା ଭିତର ଖୋଜିଲେ
ମିଳନ୍ତା ମୁକ୍ତା କେଉଁଠି ?!!

ତୁମ ପ୍ରତିଶୃତି ଭିତରେ ଥିଲା ତ
ପ୍ରତାରଣା ଫଲଗୁ ଧାର,
ଆଇନା ଭାବି ତା ମନକୁ ଭାଙ୍ଗିବା,
କିଏ ଦେଲା ଅଧିକାର ?

ପ୍ରତିଶୃତି ଆଉ ପ୍ରତାରଣା ଦିନେ
ଗଲେ ଏକାକାର ହୋଇ,
ନିଶାର୍ଦ୍ଧରେ ଝରେ,ବରଷା ନୁହେଁ ଏ
ତାହାରି ଲୁହର ନଈ।

ଯାହାକୁ ଖେଳନା ଭାବି ଭାଙ୍ଗିଦେଲା
ତୁମର ଖିଆଲୀ ମନ,
ଖେଳନା ନୁହେଁ ସେ କାହାର ନିରିହ
ହୃଦୟର ପ୍ରିତି ଜହ୍ନ।

Click to rate this post!
[Total: 0 Average: 0]

Leave a Reply