Saturday, April 27, 2024
Uncategorized

ଜନ୍ମାଷ୍ଟମୀରେ ସମସ୍ତ ବଂଧୁ ଏବଂ ପରିବାର ଜନଙ୍କୁ ଅଶେଷ ଶୁଭକାମନା।
ବାଣୀପୁତ୍ର ଗଦାଧର ସିଂହ ସାମନ୍ତଙ୍କର ରଚିତ ଦିପଦ ମନେପଡିଗଲା,ଏହି ଅବସରରେ।

“ଝୁଲି ଝୁଲି କିଏ ଆସୁଥାଏ ରେ
ମୋର ଝୁମୁରୁ ଝୁମୁରୁ ପାଏ,
କାଇଁଚ ମାଳିଆ, କାଳିଆ ସୁନା,
ହେ’ଏଟି ମୁଁ  ମରିଯାଏ ।ଝୁଲି ଝୁଲି——

ଯେବେ ଗଛରେ ଟି କୋଳି ପାଚଇ,
ତଳେ ଅଳି କରି କରି ନାଚଇ,
ନଦେଲେ ବାଲି ଫିଙ୍ଗଇ ଖାଲି,
ତୋଳିଦେଉଥାନ୍ତି ରାଏ।ଝୁଲି ଝୁଲି——

ସେହି ପରା ମୋ ଲୋଟଣୀ ପାରାଟି,
ସେହି ପରା ମୋ ନୟନ ତାରାଟି,
ସେହି ମୋ ଧନ, ସେହି ଜୀବନ,
ବାଳମୁକୁନ୍ଦ ବୋଲାଏ।ଝୁଲି ଝୁଲି ———

ତାକୁ ଗଦାଧର ସିଂହ କିଏ ଗୋ?
ମନ କଣ୍ଢାଇ ମେଣ୍ଢାଇ ଦିଏ ଗୋ,
ସହୀର ଆଗେ ,କହି ସରାଗେ,
ଦହି ମନ୍ଥିଗଲେ ମାଏ।ଝୁଲି ଝୁଲି “——

kulamanisarangi.blogspot.com

Click to rate this post!
[Total: 0 Average: 0]

Leave a Reply