Friday, April 26, 2024
Palli Kabita

ପଲ୍ଲୀ କବିତା (କାଲାଆଗେ ମୂଳା…..)….)

ପଲ୍ଲୀଗୀତ 15
————
କାଲା ଆଗେ ମୂଳା ଚୋବେଇଲି,
କାଲା କହେ ନଈପାଣି ଘୋ,
ବଗଗୋଡିଆଣୀ ପେମୀକି ରସିଲା
ପେଶେକାର ଘର ପୋ।

ପେଶେକାର ଘର ବଡ ନୋକିଆଲୋ
ଘର ବଡ ଗୁମରିଆ,
ବଡ ବୋହୂ ଖାଏ ଗୋଗୋଚ୍ଛ ବାଡିଆ
ଆଣିନି ଫଟଫଟିଆ।

ବଡବୋହୂ ଘର ବଡମ୍ବା ଗଡଲୋ
ବୋପା ଗଉଁତିଆ ଚାଷୀ,
ପାଞ୍ଚପଇସିଆ କରଜ ଶୁଜୁଚି
ଘରେ ନିତି ଏକାଦଶୀ।

ଗୋବରା ଜେନାର ତିରିଲା କହେ ମୋ
ପେମୀ ସୁନାନାକୀ ଝୁଅ,
ପେଶେକାର ଘରେ ଝୁଅକୁ ନଦେଇ
ତଣ୍ଟିଚିପି ମାରିଦିଅ।

କୁସୁମୀ ନଈରେ ଆଇଚି ଗୋଳିଆ
ଦୁକୁ ଦୁକୁ ନଈପାଣି,
ଗାଁ ପାଇପୀଙ୍କ ତୁଠ ଟୁପୁ,ଟୁପୁ
ପେମୀର ପେମ କାହାଣୀ।

କେତେ ଘଷି ମାଜି ହଉଚୁ ନନୀ ତୁ
ଦେହେ ମାଖି ଗୁଆଘିଅ,
ବାଡି ଗୁଡାହୋଇ ଶାଢିଟାଏ ପରି
ଦୁଶୁଚି ତେମ୍ପେଡୀ ଦିହ।

ମୁହଁକୁ ପୋତି ତୁ ବାଟ ଚାଲିବୁଲୋ
ଶୁଣିଥା ଆଣ୍ଡର ଝୁଅ,
ଫଡ ଫଡ ହେଲେ ଟେକିନବ ତତେ
ଯୋଗିନୀଖିଆର ପୁଅ।

Click to rate this post!
[Total: 0 Average: 0]

Leave a Reply