ନବଦିନ ଘୋଷଯାତ୍ରା ଅବସରରେ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖରଙ୍କ ରଚିତ ଏକ ଭକ୍ତି ରସାପ୍ଲୁତ ଶ୍ଳୋକ ଏବଂ ତାର ଭାବାନୁବାଦ ପରିବେଷଣ କରୁଛି।ଭୁଲ୍ ଥିଲେ ସୁଧୀବୃନ୍ଦ ଉଦାର ହୃଦୟରେ କ୍ଷମା ଦେବେ।
********************************************

“ଗାଙ୍ଗେୟଦ୍ୟୁତିଭଙ୍ଗଦାଙ୍ଗଲତୟା ଶ୍ରୀରାଧୟାଲିଙ୍ଗିତମ୍
ବିଦ୍ୟୁତ୍ସଙ୍ଗିଘନାଘନାପଘନରୁକ୍ ପ୍ରେମାମୃତୈକାଶ୍ରୟମ୍।
ସତ୍ସଂବିତ୍ସୁଖମକ୍ଷରପରଂ ପୁର୍ଣ୍ଣାତିପୂର୍ଣ୍ଣୋତ୍ତମଂ
ଶ୍ରୀକୃଷ୍ଣାଖ୍ୟମୁପାସ୍ମହେ ସୁରୁଚିରଂ ବେଦାନ୍ତବେଦ୍ୟଂ ମହଃ।”
(ଶ୍ଲୋକ ସଂ.୨……ସିଦ୍ଧାନ୍ତ ଦର୍ପଣ…..ପ୍ରଥମ ପ୍ରକାଶେ)

********************************************
                          ଭାବାନୁବାଦ

ସୁବର୍ଣ୍ଣ ରଙ୍ଗକୁ ନିନ୍ଦାକରେ ଯେଉଁ ଶ୍ରୀରାଧାଙ୍କ ଅଙ୍ଗଲତା,
ଘନକାନ୍ତି କୃଷ୍ଣ ଦେହେ ବିଜଡିତ ହୋଇଛନ୍ତି ବିଦ୍ୟୁଲ୍ଲତା।
ମନେହୁଏ ସତେ ବର୍ଷୁକ ମେଘରେ ବିଜୁଳି ଚହଟି ଯାଏ !
ଅତିମନୋରମ ପ୍ରେମାମୃତ କାନ୍ତି ଶ୍ରୀକୃଷ୍ଣଙ୍କ ଶୋଭାପାଏ।
ସ୍ବୟଂ ସମ୍ପୂର୍ଣ୍ଣ ଏ ରୂପ କିଏ ତାର ପରିପୂରକ ପାଇବ !
ବେଦାନ୍ତ ଶାସ୍ତ୍ରରେ ଏ ଦୁର୍ଲଭ କାନ୍ତି ହୋଇପାରେ ଅନୁଭବ।
ନୁହେ ଜୀବଗତ ଅବା ପଞ୍ଚଭୂତଗତ ଏ ରୂପ ଦୁର୍ଲ୍ଲଭ,
ସତଚିତ୍ ଆନନ୍ଦ ମୟ ପ୍ରେମରୂପ ପୂଜଇ ମୁଁ ରାଧାଧବ।
******************************************

              ଗୌଡୀୟ ବୈଷ୍ଣବଭକ୍ତି ଭାବରେ ରଙ୍ଗାୟୀତ ,ସାମନ୍ତଙ୍କର ଏହି ପୂଜା ଅର୍ଘ୍ୟ ତାଙ୍କର ଅତ୍ୟନ୍ତ ଭକ୍ତିବ୍ୟଞ୍ଜକ ଓ କଳାତ୍ମକ ମନର ପରିପ୍ରକାଶ।କୃଷ୍ଣ ଭକ୍ତ୍ୟାମୃତକୁ ବେଦାନ୍ତଗତ ମହତ୍ତ୍ବ ସହିତ ତୁଳନା କରି ସେ ତାଙ୍କର ପବିତ୍ର ଭକ୍ତି ମାନସର ପରିଚୟ ଦେଇଛନ୍ତି।

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *