ଘୋଷଯାତ୍ରା….୪
ଘୋଷଯାତ୍ରା….୪……
……………………….
ଦେଉଳଯେ ବଡ,ଠାକୁର ବି ବଡ,ରଥ ବଡ ପଥ ବଡ,
ମହୋଦଧି ବଡ,ଭକତ ବି ବଡ,ପ୍ରଭୁଙ୍କର ଭାବ ବଡ,
ବଡ ମହାପ୍ରସାଦ,
ବଡ ଆରତ ତାରଣ ନେତ ହେ।
ଏଡେବଡ ପ୍ରଭୁ ଯାର ଆଶ୍ରେ ତାର କାହିଁକି ରହିବ ଦୁଃଖ?
ଦାନା କନା ପଛେ ଥାଉ ବା ନଥାଉ,ଚାହିଁଦେଲେ ପଦ୍ମମୁଖ,
ମିଳେ ଅସୀମ ଶାନ୍ତି,
ଭକ୍ତ ଭୁଲିଯାଏ ପଥଶ୍ରାନ୍ତି।
ଯାହା ମାଗିବାକୁ ଆସିଥାଏ ଭକ୍ତ ପାଶୋରି ପକାଏ କ୍ଷଣେ,
ତରିଲି,ତରିଲି ବୋଲି ଶ୍ରୀମୁଖକୁ ଚାହୁଁଥାଏ ଅନୁକ୍ଷଣେ,
କହେ “ମୋ ପ୍ରାଣ ଯାଉ,
ତୁମ୍ଭ ପଦ୍ମ ପାଦେ ଲୀନ ହେଉ।’
ସନ୍ତାନବତ୍ସଳା ଜନନୀ କେ ବୋଲେ”ଆ ମୋ ଜୀବନ ଧନ,’
କେଉଁ ଭକ୍ତ କହେ ହେ ପରମ ପିତା! ଦିଅ ତୁମ୍ଭ ପାଦେ ସ୍ଥାନ,
କେହୁ ବୋଲେ ମୁଁ ଦାସୀ,
ସେବିବଇଁ ପାଦତଳେ ବସି ହେ।
ଯେ ଡାକଇ ଯେଉଁଭାବେ ତା ଡାକକୁ ଶୁଣନ୍ତି ସେହି ଭାବରେ,
ଭକତ ପାଇଁ ତ ଆସିଛନ୍ତି ଧାଇଁ ଠାକୁରେ ଘୋଷଯାତ୍ରାରେ,
ଆହେ ଭାବସାଗର!
ତୁମେ ନାଉରୀ ଭବସାଗରର।